ସନଷ୍ଟାର ଟିଭି ବ୍ୟୁରୋ
ବ୍ୟାଙ୍କକ: ତିନି ସପ୍ତାହରୁ ଅଧିକ ସମୟ ବେହୋସ ଅର୍ଥାତ ସଂଜ୍ଞାହୀନା ଅବସ୍ଥାରେ ଥାଇଲାଣ୍ଡ ରାଜକୁମାରୀ ବଜ୍ରକୀଟ୍ୟାଭା | ଦିନେ ରାଜକୁମାରୀଙ୍କ ଛାତିରେ ଯନ୍ତ୍ରଣା ହେଲା ସେ ତଳେ ପଡିଗଲେ ଏବଂ ବେହୋସ ହୋଇଗଲେ | ତାଙ୍କର ଏପରି ସ୍ବାସ୍ଥ୍ୟାବସ୍ଥା ବିଷୟରେ ରାଜମହଲରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ , ଡିସେମ୍ବର ୧୫ ତାରିଖରେ ସେ ମାଇକୋପ୍ଲାଜ୍ମା ସଂକ୍ରମଣ ୯ଏକ ପ୍ରକାର ଜୀବାଣୁ ସଂକ୍ରମଣ ହେତୁ ପ୍ରଦାହଜନିତ ହାର୍ଟ ଆରିଦ୍ମିଆ ରୋଗରେ ବେହୋସ୍ ହୋଇଯାଇଥିଲେ ରାଜକୁମାରୀ । ଏବେ ଡାକ୍ତରମାନେ ଆଣ୍ଟିବାୟୋଟିକ୍ସ ଇତ୍ୟାଦି ଔଷଧ ଦେଇ ତାଙ୍କର ଚିକିତ୍ସା କରୁଛନ୍ତି ଏବଂ କୃତ୍ରିମ ଯନ୍ତ୍ରପାତି ସାହାଯ୍ୟରେ ତାଙ୍କର ହୃଦୟ, ବୃକ୍କ ଓ ଫୁସ୍ଫୁସ୍କୁ ସଚଳ କରାଯାଇଥିବା ବେଳେ ଏବେ ବି ବେହୋସ୍ ଅଛନ୍ତି ରାଜକୁମାରୀ ।
ତେବେ ରାଜକୁମାରୀ ବଜ୍ରକୀଟ୍ୟାଭା ହେଉଛନ୍ତି ଥାଇଲାଣ୍ଡର ରାଜା ମହାବଜ୍ରଲୋଙ୍ଗକର୍ଣ୍ଣଙ୍କ ଜ୍ୟେଷ୍ଠ ସନ୍ତାନ। ଦେଶର ସମ୍ବିଧାନ ଅନୁସାରେ ଜେଷ୍ଠ ସନ୍ତାନ ହିଁ ସିଂହାସନର ଉତ୍ତାଧିକାରୀ ହୋଇଥାନ୍ତି। ସେଥିପାଇଁ ୪୪ ବର୍ଷୀୟା ରାଜକୁମାରୀ ବଜ୍ରକୀଟ୍ୟାଭା ରାଜସିଂହାସନର ସମ୍ଭାବ୍ୟା ଉତ୍ତରାଧିକାରିଣୀ | ତେବେ ରାଜକୁମାରୀଙ୍କ ଏପରି ଅବସ୍ଥାରେ ଥାଇଲାଣ୍ଡ ଦୁଃଖରେ ଭାଙ୍ଗିପଡିଛି |
ରିପୋର୍ଟ: ଦୀପା ପ୍ରଧାନ