ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ବିମାନ ଭିତରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା। ମଦ ନିଶାରେ ମଣିଷ କେତେବେଳେ କଣ କରେ ତାହା ଜାଣିପାରେନାହିଁ | ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ଏବେ ଚାରିଆଡେ ଭାଇରଲ ହେଉଛି | ଆଉ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଶଙ୍କର ମିଶ୍ରା | ସୂଚନା ଅନୁଯାୟୀ , ଗତବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଶଙ୍କର ମିଶ୍ରା ନିକଟରେ ବସିଥିବା ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ଏନେଇ ମହିଳା ଜଣଙ୍କ ବିମାନରେ ଥିବା କ୍ରିୟୁ ମେମ୍ବରଙ୍କୁ ଜଣାଇବା ସହ ତାଙ୍କ ପୋଷାକ, ଜୋତା ଓ ବ୍ୟାଗ ଓଦା ହୋଇଯାଇଥିବା ଅଭିଯୋଗ କରିଥିଲେ।
ଏହାପରେ ଶଙ୍କରଙ୍କ କୌଣସି ପତ୍ତା ମିଳିପାରୁ ନଥିଲା। ତାଙ୍କୁ ଟ୍ରାକ୍ କରିବା ପାଇଁ ପୋଲିସ୍ ଛାନ୍ଭିନ୍ ଚଳାଇଥିଲା। ଏପରିକି ଏୟାରପୋର୍ଟରେ ଆର୍ଲଟ କରାଯିବା ସହ ଫୋନ୍ ଟ୍ରେସ୍, ଡିଜିଟାଲ୍ ଫୁଟ୍ପ୍ରିଣ୍ଟସ୍ ଓ ତାଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଉପରେ ପୁରା ନଜର ରଖାଯାଇଥିଲା। ଶେଷରେ ଗତକାଲି ବିଳମ୍ବିତ ରାତିରେ ଶଙ୍କରକୁ ଗିରଫ କରିଛି ପୋଲିସ | ଗିରଫ ପରେ ତାଙ୍କୁ ବେଙ୍ଗାଲୁରୁରୁ ଦିଲ୍ଲୀ ଆଣିଛି ପୋଲିସ୍। ଏହି ଘଟଣା ପାଇଁ ଶଙ୍କର ସମ୍ପୃକ୍ତ ମହିଳାଙ୍କୁ କ୍ଷମା ମାଗିବା ସହ ତାଙ୍କୁ କ୍ଷତିପୂରଣ ମଧ୍ୟ ଦେଇଥିଲେ।
ସେପଟେ ଶଙ୍କର ମିଶ୍ରା କାମ କରୁଥିବା କମ୍ପାନୀ ମଧ୍ୟ ଶଙ୍କରଙ୍କ ଏଭଳି କାମପାଇଁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି |
ରିପୋର୍ଟ: ଦୀପା ପ୍ରଧାନ