ସନ ଷ୍ଟାର ଟିଭି ବିରୋ
ଭୁବନେଶ୍ୱର: ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ୫-ଜି ସେବା। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେପଟେ ଓଡ଼ିଶାରେ ୫-ଜି ସେବା ଯୋଗାଇବାକୁ ସବୁ ପ୍ରସ୍ତୁତି ସରିଛି ଏବଂ ଏଥିପାଇଁ ଦୁଇ ଟେଲିକମ ଅପରେଟର୍ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍କୁ ଅନୁମତି ମିଳିଛି ।ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ ୫-ଜି ନେଟଓ୍ୱର୍କ ସହ ଯୋଡ଼ି ହେବାକୁ ଥିବା ବେଳେ, ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ । ଜିଓ ଏବଂ ଏୟାରଟେଲ ପକ୍ଷରୁ ଟୁଇନସିଟି ଭୁବନେଶ୍ୱର ଓ କଟକରେ ୫-ଜି ସେବା ଆରମ୍ଭ ହେବ । ସେପଟେ ୪ଜି ତୁଳନାରେ ୧୦ ଗୁଣ ଅଧିକ ରହିବ ୫ଜି ଇଣ୍ଟରନେଟ ସ୍ପିଡ୍ ।
ରିପୋର୍ଟ: ଦୀପା ପ୍ରଧାନ