ସନଷ୍ଟାର ଟିଭି ବ୍ୟୁରୋ
କରୋନା ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ଯଥା ସମ୍ଭବ ସହାଯ୍ୟ କରି ସାରା ଦେଶରେ ଖୁବ୍ ଖ୍ୟାତି ଅର୍ଜନ କରିଛନ୍ତି ସୋନୁ ସୁଦ୍। ସୋସିଆଲ ମିଡିଆରେ ସାହାଯ୍ୟ ପାଇବା ପାଇଁ ପ୍ରତିଦିନ ଅନେକ ଅନୁରୋଧ ଆସିଥାଏ ତାଙ୍କ ପାଖକୁ। ସୋନୁ ମଧ୍ୟ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ବେଳେବେଳେ କିଛି ମଜାଳିଆ ଅନୁରୋଧ ତାଙ୍କ ପାଖକୁ ଆସିଥାଏ ଓ ଏହାର ଉତ୍ତର ମଧ୍ୟ ସେ ମଜାଳିଆ ଢଙ୍ଗରେ ଦେଇଥାନ୍ତି।
ନିକଟରେ ଟ୍ୱିଟରରେ ଜଣେ ବ୍ୟକ୍ତି ସୋନୁଙ୍କୁ ଟ୍ୟାଗ୍ କରି ତାଙ୍କ ଜନ୍ମଦିନକୁ ଶାହାରୁଖ ଖାନଙ୍କ ଜନ୍ମଦିନ ଭଳି କରିଦେବାକୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି, ‘ସୋନୁ ସାର୍, ନଭେମ୍ବର ୫ ତାରିଖରେ ମୋ ଜନ୍ମଦିନ ଅଛି। ଶାହରୁଖଙ୍କ ଭଳି ବୁର୍ଜ ଖଲିଫାରେ ମୋର ବି ଜନ୍ମଦିନ ପାଳନ କରେଇଦିଅ।’ ତେବେ ସୋନୁ ମଧ୍ୟ ଏହାର ବେଶ୍ ଭଲ ଉତ୍ତର ଦେଇଛନ୍ତି। ସେ ଲେଖିଛନ୍ତି, ” ତୁମର ଜନ୍ମଦିନ ମାତ୍ର ୩ ଦିନ ବିଳମ୍ବିତ ହୋଇଗଲା ଭାଇ”। ଭଲ ଭାବରେ ଟିକିଏ ପରିଶ୍ରମ କର ଓ ଜୀବନରେ ନାମ ଅର୍ଜନ କର, ଦେଖିବ ବୁର୍ଜ ଖଲିଫା କ’ଣ ଦୁନିଆ ତୁମ ନାଁ ଆକାଶରେ ଲେଖିଦେବ । ସୋନୁଙ୍କ ଏହି ଉତ୍ତରକୁ ଲୋକମାନେ ବହୁତ ପ୍ରଶଂସା କରିଛନ୍ତି।
बस आपका जन्मदिन 3 दिन लेट हो गया भाई।
ख़ैर थोड़ी से महनत करो और नाम कमाओ ज़िंदगी में फिर देखना bhurj khalifa क्या आसमान पे नाम लिख देगी दुनिया 👍 https://t.co/tDYteCwVsI— sonu sood (@SonuSood) November 3, 2020
ସୂଚନାଯୋଗ୍ୟ, ନିକଟରେ ଶାହରୁଖ ଖାନ ତାଙ୍କର ୫୫ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ବିଶ୍ୱର ସବୁଠୁ ଉଚ୍ଚା ବିଲ୍ଡିଂ ‘ବୁର୍ଜ ଖଲିଫା’ ଜରିଆରେ ଦୁବାଇ କିଙ୍ଗ୍ ଖାନ୍ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲା। ଏକ ଜବରଦସ୍ତ ଲାଇଟ୍ ଶୋ’ ଓ ମ୍ୟୁଜିକ୍ ସହ ବେଶ୍ ଧୂମ୍ଧାମ୍ରେ ସେମାନେ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ‘ବୁର୍ଜ ଖଳିଫା’ରେ ଶାହାରୁଖ୍ଙ୍କ ନାଁ ସହ ଫଟୋ ବି ଦେଖିବାକୁ ମିଳିଥିଲା।