ସନଷ୍ଟାର ଟିଭି ବ୍ୟୁରୋ
ୱାଶିଂଟନ: ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସ ଆପ ଜାନୁଆରୀ ପହିଲାରୁ କିଛି ସ୍ମାର୍ଟଫୋନକୁ ସପୋର୍ଟ କରିବା ବନ୍ଦ କରିଦେଇଛି | ଏହି ତାଲିକାରେ ୪୭ଟି ସ୍ମାର୍ଟଫୋନକୁ ଅନ୍ତର୍ଭୁକ୍ତ କରାଯାଇଛି | ଯେଉଁଗୁଡିକ ଏକ ପୁରୁଣା ଅପରେଟିଂ ସିଷ୍ଟମରେ ଚାଲୁଥିଲା | ହ୍ୱାଟ୍ସ ଆପର ଅଫିସିଆଲ ୱେବସାଇଟ ଅନୁଯାୟୀ , ଏହି ଆପ ବର୍ତ୍ତମାନ ଅପରେଟିଂ ସିଷ୍ଟମର ସଂସ୍କରଣ ୪.୧ ଏବଂ ନୂତନ ସଂସ୍କରଣକୁ ସପୋର୍ଟ କରିବା | ଯେଉଁ କମ୍ପାନୀ ଗୁଡିକର ସ୍ମାର୍ଟଫୋନକୁ ହ୍ୱାଟ୍ସ ଆପ ସପୋର୍ଟ କରିବା ବନ୍ଦ କରିଦେଇଛି ସେଗୁଡିକ ମଧ୍ୟରେ ଆପଲ , ସାମସଙ୍ଗ ଏବଂ ଏଲଜି ପରି ବଡ ବଡ ବ୍ରାଣ୍ଡର ଫୋନ ରହିଛି | କମ୍ପାନୀ କହିଛି ଯେ ଯେଉଁମାନେ ସେମାନଙ୍କର ସ୍ମାର୍ଟଫୋନ ଅପଡେଟ କରିସାରିଛନ୍ତି ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ | ବର୍ତ୍ତମାନ ବିଶ୍ଵବ୍ୟାପୀ ୨ ବିଲିୟନରୁ ଅଧିକ ହ୍ୱାଟ୍ସ ଆପ ଉପଭୋକ୍ତା ରହିଛନ୍ତି |
ରିପୋର୍ଟ : ଦୀପା ପ୍ରଧାନ