ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ୩ ଜଣ ଏସପିଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଅଧିକାଂଶ ଜିଲ୍ଲାର ଏସପି ବଦଳିଛନ୍ତି । ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ ଡିଆଇଜି ଭାବେ ପଦୋନ୍ନତି ପାଇ ସ୍ପେଶାଲ ଆର୍ମଡ ଫୋର୍ସର ଡିଆଇଜି ଭାବେ ଅବସ୍ଥାପିତ ହୋଇଛନ୍ତି । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଅନୁଗୁଳ ଡିଆଜି ହୋଇଛନ୍ତି । ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଅଗ୍ନିଶମ ଓ ଗୃହରକ୍ଷୀ ବାହିନୀର ଡିଆଜି ଭାବେ ନିଯୁକ୍ତି ପାଇଛନ୍ତି । ବାଲେଶ୍ବର ଏପସି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି ଦାୟିତ୍ବ ମିଳିଛି । ଯାଜପୁର ଏସପି ରାହୁଲ ପିଆର ଜଗତସିଂହପୁର ଏସପି ହୋଇଛନ୍ତି । ଅନୁଗୁଳ ଏସପି ଜଗମୋହନ ମୀନା ଗଞ୍ଜାମ ଏସପି ଭାର ଗ୍ରହଣ କରିବା ସହ ଢେଙ୍କାନାଳ ଏସପି ଏଲ ଦିବ୍ୟାଙ୍କୁ ଭିଜିଲାନସ ଏସପି ଭାବେ ବଦଳି କରିଛନ୍ତି ରାଜ୍ୟ ସରକାର ।
ସେହିପରି ନୂଆପଡ଼ା ଏପସି ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ ଏସପି ଦାୟିତ୍ୱ। କନ୍ଧମାଳ ଏସପି ଭୀନିତ ଅଗ୍ରଓ୍ବାଲଙ୍କୁ ଯାଜପୁର ଏସପି ଦାୟିତ୍ବ । କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ ଏସପି ପଦ ମିଳିଥିଲା ବେଳେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ବାଲେଶ୍ବର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦାୟିତ୍ୱ । ବାଲିଗୁଡ଼ା ଏସଡିପିଓ ଗୁନ୍ଦାଲ ରେଡି ନୂଆପଡ଼ା ଏସପି, ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ର କନ୍ଧମାଳ ଏସପି । କେସିଙ୍ଗା ଏସଡିପିଓ ଅଭିନବ ସୋନକର କୋରାପୁଟ ଏସପି ଦାୟିତ୍ବ । ସ୍ପେଶାଲବ୍ରାଞ୍ଚ ଏସପି ଜ୍ଞାନରଂଜନ ମହାପାତ୍ରଙ୍କୁ ସରକାର ଢେଙ୍କାନାଳ ଏସପି ଭାର ଦେଇଛନ୍ତି ରାଜ୍ୟ ସରକାର ।
ରିପୋର୍ଟ : ଦୀପା ପ୍ରଧାନ