ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ୨୦୨୨ର “କେନ୍ଦ୍ର ସାହିତ୍ୟ ଏକାଡେମୀ” ସମ୍ମାନ ପାଇବେ କମଳା ଶତପଥୀ । ତେଲୁଗୁ ଉପନ୍ୟାସ ‘ଭେନ୍ଦି ମେଘମ୍’ ପୁସ୍ତକର ଓଡ଼ିଆ ଅନୁବାଦ ‘ସୁନେଲି ବାଦଲ’ ପାଇଁ କମଳା ଶତପଥୀଙ୍କୁ ମିଳିବ ଏହି ସମ୍ମାନ । କମଳା ପୂର୍ବରୁ କ୍ୟାନସର୍ ନୁହେଁ ଅସାଧ୍ୟ ବେମାରୀ ପୁସ୍ତକରେ କର୍କଟ ଉପରେ ଶହେଟି ପ୍ରଶ୍ନର ଉତ୍ତରକୁ ହିନ୍ଦୀରୁ ଅନୁବାଦ କରିଥିଲେ । ଜୀବନର ସତ୍ୟତା, ରାଣୀର କାହାଣୀ, ଧ୍ବଂସ ତଳର ଜୀବନ , ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ, ପୂର୍ଣ୍ଣଚ୍ଛେଦ ପରର କାହାଣୀ, ଗୋଟିଏ ପାପର କାହାଣୀ, ସଂପର୍କର ଦୋ’ଛକିରେ ମଣିଷ, ମହାପାତ୍ର ବାବୁଙ୍କ ହାଲ୍ ଚାଲ୍, ଶେଷ ଫଗୁଣ କବିତା ଆଦି ଅନେକ ପୁସ୍ତକ ରଚନା କରିଛନ୍ତି କମଳା ଶତପଥୀ ।
ଏହା ସହ ହାଏ ମୁମ୍ବଈ, ସଲାମ ମୁମ୍ବଈ, ଅଧାକାନ୍ଥି ଘର, ଫଗୁଣଟା ଫେରିଗଲା ପରେ, ମାୟା ନଗରୀ କୋଳେ ଭଳି ଉପନ୍ୟାସ ମଧ୍ୟ ରଚନା କରିଛନ୍ତି କମଳା ଶତପଥୀ । ଏଥିପାଇଁ ସେ ବିଭିନ୍ନ କବିତା, ଉପନ୍ୟାସ ଓ ଗଳ୍ପ ସଙ୍କଳନରେ ସେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
ରିପୋର୍ଟ : ଦୀପା ପ୍ରଧାନ