ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୩ରୁ ହକି ବିଶ୍ବକପ୍ ଆରମ୍ଭ ହେବ। ଭୁବନେଶ୍ବର ଓ ରାଉରକେଲାରେ ହେବ ହକି ବିଶ୍ବକପ୍ର ସମସ୍ତ ମ୍ୟାଚ୍ । ଇଂଲଣ୍ଡ, ସ୍ପେନ ଓ ଓ୍ୱେଲ୍ସ ସହ ଗ୍ରୁପ୍- ଡି’ରେ ରହିଛି ଭାରତ । ଅନେଇ ଆଜି ହକି ବିଶ୍ବକପ୍ ପାଇଁ ଭାରତୀୟ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି | ଭାରତୀୟ ଦଳରେ ୨ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ଅମିତ ରୋହିଦାସଙ୍କ ସହ ନୀଲମ ସଂଜୀପ ଖେସ୍ ରହିଛନ୍ତି । ହରମନପ୍ରୀତ ସିଂ କ୍ୟାପଟେନ ଥିବା ବେଳେ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଭାଇସ୍-କ୍ୟାପଟେନ୍ ରହିଛନ୍ତି ।
ସେହିପରି ୧୮ ଜଣିଆ ଟିମରେ କ୍ରିଷ୍ଣ ବାହାଦୂର ପାଠକ, ଶ୍ରୀଜେଶ ରବୀନ୍ଦ୍ରନ, ଜରମନପ୍ରୀତ ସିଂ, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂ, ବରୁଣ କୁମାର, ଅମିତ ରୋହିଦାସ ,ନୀଲମ ସଂଜୀବ ଖେସ୍, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଳକଣ୍ଠ ଶର୍ମା, ସାମସେର ସିଂ, ବିବେକ ସାଗର ପ୍ରସଦା, ଅକ୍ଷଦୀପ ସିଂ, ମନଦୀପ ସିଂ, ଲଳିତ ଉପାଧ୍ୟାୟ, ଅଭିଷେକ, ସୁଖଜିତ ସିଂ ,ରାଜକୁମାର ପାଲ ଓ ଯୁଗରାଜ ସିଂ ବିକଳ୍ପ ଖେଳାଳି ଭାବେ ଅଛନ୍ତି |
ରିପୋର୍ଟ : ଦୀପା ପ୍ରଧାନ