ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଶେଷ ହେଲା ସର୍ବଦଳୀୟ ବୈଠକ | ବିଶ୍ବକପକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ ସେ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ କନଭେନସନ ହଲ୍ରେ ବସିଥିଲା ସର୍ବଦଳୀୟ ବୈଠକ | ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ସମସ୍ତ ନେତାଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ବିଭିନ୍ନ ଦଳର ପ୍ରତିନିଧିମାନେ କିପରି ଶୃଙ୍ଖଳରା ସହ ବିଶ୍ୱକପ୍ ଆୟୋଜନ ହୋଇପାରିବ ସେନେଇ କିଛି କିଛି ପରାମର୍ଶ ଦେଇଥିଲେ ।
ତେବେ ଜାନୁଆରୀ ୧୧ ତାରିଖରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ହେବ । କଟକ, ରାଉରକେଲା ଓ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ହେବ । ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ହକି ବିଶ୍ବକପ୍ର ସମସ୍ତ ମ୍ୟାଚ୍ । ୧୩ ତାରିଖରୁ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ସେପଟେ ଆଜିର ଏହି ବୈଠକରେ ବିଶ୍ବକପ୍ ଆୟୋଜନକୁ ନେଇ ରାଜ୍ୟ ସରକାରଙ୍କ ସମସ୍ତ ପଦକ୍ଷେପକୁ ସବୁ ଦଳର ନେତାମାନେ ଭୁରିଭୁରି ପ୍ରଶାଂସା କରିଛନ୍ତି ।
ରିପୋର୍ଟ : ଦୀପା ପ୍ରଧାନ