ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ୩ ବର୍ଷ ନୁହେଁ ପଢିବାକୁ ପଡିବ ୪ବର୍ଷ । ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି । ଏନେଇ ଆସନ୍ତା ସୋମବାର ଦିନ ଆନୁଷ୍ଠାନିକ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଛି । ସେଥିପାଇଁ ୟୁଜିସି ଦ୍ୱାରା ୪ ବର୍ଷର ସ୍ନାତକ ପାଠ୍ୟକ୍ରମ ଆରମ୍ଭ ପାଇଁ ସମସ୍ତ ନିୟମ ଏବଂ ନିର୍ଦ୍ଦେଶାବଳୀ ସୋମବାର ଘୋଷଣା କରାଯିବ ।
ଛାତ୍ରଛାତ୍ରୀମାନେ ଏଣିକି ତିନି ବର୍ଷ ନୁହେଁ, ଚାରିବର୍ଷ ପଢିବା ପରେ ସ୍ନାତକରେ ଅନର୍ସ ଡିଗ୍ରୀ ପାଇବେ । ଯେଉଁ ଛାତ୍ରଛାତ୍ରୀମାନେ ଏବେ ତିନି ବର୍ଷିଆ ସ୍ନାତକ ଡିଗ୍ରୀ ପାଇଁ ନାମ ଲେଖାଇଛନ୍ତି । ସେମାନେ ମଧ୍ୟ ଚାରି ବର୍ଷିଆ ସ୍ନାତକ ଡିଗ୍ରୀ ପଢିପାରିବେ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ସ୍ନାତକରେ ଏକ ବର୍ଷ ସମ୍ପୂର୍ଣ୍ଣ ହେବାପରେ ବର୍ଷିକିଆ ସାର୍ଟିଫିକେଟ ମିଳିବ । ଦୁଇ ବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ ଦିଆଯିବ । ଅନ୍ୟପକ୍ଷରେ ୪ବର୍ଷରେ ଅନର୍ସ ଡିଗ୍ରୀ ସାରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପିଜି ପାଠ୍ୟକ୍ରମ ଏକ ବର୍ଷ ରହିବ ବୋଲି ପ୍ରସ୍ତାବ ରହିଛି ।
ରିପୋର୍ଟ: ଦୀପା ପ୍ରଧାନ