ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଆଜି ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଛନ୍ତି ପରୀ ହତ୍ୟାକାଣ୍ଡ ତଦନ୍ତର ଷ୍ଟାଟସ୍ ରିପୋର୍ଟ । ଏହି ରିପୋର୍ଟ ଦାଖଲ କରିବା ସହିତ କେସର ତଦନ୍ତ ତଥା ସମାଧାନ ପାଇଁ ଆଉ କିଛି ଦିନ ସମୟ ଦରକାର ବୋଲି ସରକାରଙ୍କ ପକ୍ଷରୁ ଦର୍ଶଯାଇଛି । ତେବେ ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଚାରପତି। ଅଭିଯୁକଙ୍କ ଗିରଫଦାରୀ ଓ ଶୀଘ୍ର ତଦନ୍ତ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ ।
ପରବର୍ତ୍ତୀ ଶୁଣାଣି ସମୟରେ ବନ୍ଦ ଲଫାପାରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର୍. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପଦ୍ମାଳୟା ମହାପାତ୍ର ଓ ଭାରତୀୟ ବିକାଶ ପରିଷଦ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।