ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦେଶର ହଜାର ହଜାର ସଂଖ୍ୟାର ଚାଷୀ ଦୀର୍ଘ ୨୧ ଦିନ ହେବ ପଡିରହିଛନ୍ତି ଦିଲ୍ଲୀର ରାଜରାସ୍ତାରେ । ସରକାର ଏହି ଆଇନକୁ ପ୍ରତ୍ୟାହାର କରିବାକୁ ମନା କରିସାରିଥିଲେ ମଧ୍ୟ ନିଜ ଜିଦିରେ ଅଟଳ ରହିଛନ୍ତି କୃଷକ । ହଜାର ହଜାର ସଂଖ୍ୟାର ଚାଷୀ ରାଜରାସ୍ତାରେ ପଡି ରହିଥିବାରୁ ଚାଷ କାର୍ଯ୍ୟ ଖୁବ ବାଧାପ୍ରାପ୍ତ ହେବାରେ ଲାଗିଛି ଯାହାର ସିଧାସଳଖ ପ୍ରଭାବ ପଡିଛି ଦେଶର ଅର୍ଥନୀତି ଉପରେ ।
ଦେଶର ମୁଖ୍ୟ ବାଣିଜ୍ୟ ଏବଂ ଉଦ୍ୟୋଗ ମଣ୍ଡଳ,ଏସୋଚାମ ଦେଶର ଅର୍ଥନୈତୀକ ସ୍ଥିତିକୁ ସମୀକ୍ଷା କରି ଏପରି ମତ ଦେଇଛନ୍ତି । ଏହି ସଂଗଠନ ମତରେ କୃଷକ ଆନ୍ଦୋଳନର ପ୍ରଭାବରେ ଦେଶ ଦିନକୁ ହାରାହାରି ପ୍ରାୟ ୩୦୦୦ କୋଟି ରୁ୩୫୦୦ କୋଟି ଟଙ୍କାର କ୍ଷତି ସହୁଛି । ଗତ ୩ ସପ୍ତାହ ଧରି ଆନ୍ଦୋଳନ ଚାଲୁଥିବାରୁ ପ୍ରାୟ ୭୫ ହଜାର କୋଟି ଟଙ୍କାର କ୍ଷତି ଦେଶ ସହିସାରିଲାଣି । ଯେହେତୁ କୃଷି ଭାରତ ଅର୍ଥନୀତିର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ତେଣୁ ଯଥାଶୀଘ୍ର ଏହି ଆନ୍ଦୋଳନର କିଛି ସମାଧାନର ବାଟ ବାହାର କରିବା ଉଚିତ ନହେଲେ ଦେଶର ଆର୍ଥୀକ ସ୍ଥିତି ଖୁବ ଦୁର୍ବଳ ହୋଇପଡିବ ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି ।