ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କେହି ରହିବେନି ରକ୍ତହୀନତା ରୋଗୀ । ରକ୍ତହୀନତା ରୋଗରୁ ମୁକ୍ତ ହେବ ରାଜ୍ୟ | ଏଥିପାଇଁ ‘ଅମ୍ଲାନ’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ | ପ୍ରତିଟି ଜୀବନ ମୂଲ୍ୟବାନ ଲକ୍ଷ୍ୟରେ କାମ କରୁଛନ୍ତି ରାଜ୍ୟ ସରକାର ।ଲାଭବାନ ହେବେ ୧.୩୭ କୋଟି ଲୋକ। ବିଶେଷ କରି ମହିଳା, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ | ଏହା ସହିତ ଏହି ଯୋଜନା ୫୫ ହଜାର ସରକାରୀ ସ୍କୁଲ ଓ ୭୪ ହଜାର ଅଙ୍ଗନଓ୍ବାଡିରେ ଲାଗୁକରାଯିବ ।
ରିପୋର୍ଟ: ଦୀପା ପ୍ରଧାନ