ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ଆସନ୍ତା ୨୭ରୁ ଖୋଲିବାକୁ ଯାଉଛି ଭୁବନେଶ୍ଵରର ସୁପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର । ତେବେ ଜାନୁଆରୀ ୧ ଓ ୨ ତାରିଖ ତଥା ନୂଆବର୍ଷରେ ମନ୍ଦିରରେ ଦେଖାଯାଉଥିବା ଭିଡକୁ ଏଡାଇବା ପାଇଁ ଏହି ଦୁଇ ଦିନ ମନ୍ଦିର ବନ୍ଦ ରହିବ । ୩ରୁ ୫ ତାରିଖ ଯାଏଁ କେବଳ ରାଜଧାନୀ ବାସିନ୍ଦା ଲିଙ୍ଗରାଜ ମନ୍ଦିରକୁ ଯାଇ ଦର୍ଶନ ପାଇ ପାରିବେ । ତେବେ ୫ ତାରିଖ ପରେ ଅନ୍ୟ ଭକ୍ତମାନେ ଦର୍ଶନ ପାଇପାରିବେ । ତେବେ କୋଭିଡ ପରୀକ୍ଷା କରି ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ । ସମସ୍ତ କୋଭିଡ ୧୯ ନିୟମକୁ ପାଳନ କରି ମନ୍ଦିର ଖୋଲାଯିବ ବୋଲି ମନ୍ଦିର ପ୍ରଶାସନ ନିଷ୍ପତି ନେଇଛନ୍ତି । ତେବେ କିଛି ଦିନ ତଳେ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯାଇଥିଲା ।