ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେରେ ଦେଖିବାକୁ ମିଳିଛି ପୁରୀ ପୋଲିସର ମାନବିକତା । ଆଜି ପ୍ରାୟ ଅପରାହ୍ନ ୧ ଘଟିକା ସମୟରେ ପୁରୀ ଟ୍ରାଫିକ ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ପାଇକରାୟ ସଦର ମୁଖ୍ୟ ଚିକିତ୍ସାଳୟରେ ଟ୍ରାଫିକ ର ସ୍ଥିତି ଅନୁଧ୍ୟାନ କରୁଥିବା ସମୟରେ ଦେଖିଲେ ହଠାତ ଏକ ବୟସ୍କ ବ୍ୟକ୍ତି ମେଡିକାଲର ମୁଖ୍ୟ ଫାଟକ ସମ୍ମୁଖ ଭାଗରେ ଅସୁସ୍ଥତା କାରଣରୁ ତଳେ ପଡିଯାଇଥିଲେ |
ଏହି ସମୟରେ ଟ୍ରାଫିକ ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ପାଇକରାୟ ସଂଗେ ସଂଗେ ଷ୍ଟ୍ରେଚର ଆଣିବା ସହ ବୟସ୍କ ବ୍ୟକ୍ତିଙ୍କୁ ଷ୍ଟ୍ରେଚରକୁ ଉଠେଇଥିଲେ । ସୂଚନା ଅନୁଯାୟୀ , ଉକ୍ତ ବୟସ୍କ ବ୍ୟକ୍ତି ପୁରୀ ମେଡିକାଲରେ ଦୀର୍ଘ କିଛି ଦିନ ହେବ ଚିକିତ୍ସାଧୀନ ଥିଲେ | ଆଜି ମେଡିକାଲ୍ରୁ ଦିସଚାର୍ଜ ହୋଇ ଘରକୁ ଫେରୁଥିଲେ | ହେଲେ ଦେହ ଦୁର୍ବଳ ହେତୁ ଏଭଳି ଅଘଟଣ ଘଟିଥିଲା ।