ସନଷ୍ଟାର ଟିଭି ବ୍ୟୁରୋ
ଝାଡ଼ଖଣ୍ଡ: ଅବୈଧ ଖନନ ମାମଲାରେ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି । ଅବୈଧ ଖଣି ଖନନ ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ଦାଏର ପିଟିସନ ଖାରଜ କରିଛନ୍ତି କୋର୍ଟ । ଖଣି ଖନନ ମାମଲାରେ ହାଇକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା । କୋର୍ଟ ଏହି ପିଆଇଏଲକୁ ଗ୍ରହଣ କରିଥିବା ବେଳେ ରାଜ୍ୟ ସରକାର ଏହାର ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସେପଟେ ଝାଡଖଣ୍ଡ ହାଇକୋର୍ଟ ଖନନ ପଟ୍ଟା ମାମଲାରେ ତଦନ୍ତ ସମ୍ବନ୍ଧୀୟ ଜନହିତ ଆବେଦନର ଶୁଣାଣିକୁ ଯୋଗ୍ୟ ଦର୍ଶାଇଥିଲେ । ଲିଜ ଆବଣ୍ଟନ କରିବା ଏବଂ ନିଜ ସମ୍ପର୍କୀୟ ଦ୍ୱାରା ସେ କମ୍ପାନୀରେ ନିବେଶ କରିବା ବିରୋଧରେ ଦାୟର ଜନହିତ ଆବେଦନ ଉପରେ ସୁପ୍ରିମକୋର୍ଟ କହିଥିଲେ ଏହା ଜନହିତ ଆବେଦନର ଶୁଣାଣି କରିବା ପାଇଁ ଗ୍ରହଣୀୟ ନୁହେଁ ।ତେବେ ସର୍ବୋଚ୍ଚ କୋର୍ଟ ଏହାର ଶୁଣାଣି କରିବା ସହ ଝାଡଖଣ୍ଡ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି ।କୋର୍ଟଙ୍କ ଏହି ରାୟ ପରେ ସତ୍ୟମେବ ଜୟତେ ଲେଖି ଟୁଇଟ୍ କରିଛନ୍ତି ହେମନ୍ତ ସୋରେନ ।
ରିପୋର୍ଟ: ଦୀପା ପ୍ରଧାନ