ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆସିଲା ସୁପ୍ରିମକୋର୍ଟ ରାୟ | EWS ସଂରକ୍ଷଣ ଉପରେ ମୋହର ଲଗାଇଲେ ସୁପ୍ରିମକୋର୍ଟ | ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ସଂରକ୍ଷଣ ଉପରେ ମୋହର ଲଗାଇଲେ ସୁପ୍ରିମକୋର୍ଟ | ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସରକାରି ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ |
ତେବେ କାହାକୁ ମିଳିବ ୧୦% ସଂରକ୍ଷଣ : କେବଳ ସାଧାରଣ ବର୍ଗ ର ଲୋକ ଏହି ୧୦ ପ୍ରତିଶତ ସଂରକ୍ଷଣ ପାଇପାରିବେ | ଯେଉଁ ପରିବାରର ବାର୍ଷିକ ଆୟ ୮ ଲକ୍ଷ୍ୟରୁ କମ ,ଏବଂ ଯେଉଁ ପରିବାର ପାଖରେ ୫ ଏକରରୁ ଅଧିକ ଚାଷ ଜମି ନଥିବ ,ଏହାସହିତ ପ୍ଲଟ ଆକାରରେ ଜମି ହଜାରେ ବର୍ଗ ଫୁଟରୁ ଅଧିକ ହୋଇନଥିବ ସେହି ମାନଙ୍କୁ ୧୦% ସଂରକ୍ଷଣ ମିଳିବ ବୋଲି ସୁପ୍ରିମ କୋର୍ଟ ରାୟ ଦେଇଛନ୍ତି |
ତେବେ ୫ ଜଣିଆ ଖଣ୍ଡପୀଠରୁ ୪ ଜଣ ଜଜଙ୍କ ସହମତି ଜଣାଇବା ପରେ ଏହି ମୋହର ଲଗାଇଛନ୍ତି ସୁପ୍ରିମ କୋର୍ଟ । ସମାଜର ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ବିଶେଷ ସଂରକ୍ଷଣ ସାମ୍ବିଧାନିକ ନିୟମକୁ ଉଲଂଘନ କରୁନାହିଁ ବୋଲି ଯୁକ୍ତି ବାଢିବା ଏହାକୁ ସମର୍ଥନ ଦେଇଥିଲେ । ଜଷ୍ଟିସ୍ ଦିନେଶ ମାହେଶ୍ୱରୀ, ଜଷ୍ଟିସ୍ ବେଲା ତ୍ରିବେଦୀଙ୍କ ସମେତ ୪ଜଣ ଜଷ୍ଟିସ୍ ଏହା ଉପରେ ସହମତି ପ୍ରକାଶ କରିବା ପରେ ଏହି ମାମଲାରେ ମୋହର ଲାଗିଛି ।
ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ୭ ଦିନ ଧରି ମାମଲାର ଶୁଣାଣି କରିବା ପରେ ଗତ ୨୭ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ କରିଥିଲେ କେନ୍ଦ୍ର ସରକାର ।
ରିପୋର୍ଟ: ଦୀପା ପ୍ରଧାନ