ସନଷ୍ଟାର ଟିଭି ବ୍ୟୁରୋ
ଧାମନଗର: ଆଜି ଆସିବ ଧାମନଗର ରାୟ । କିଏ ପିନ୍ଧିବ ଧାମନଗର ମୁକୁଟ ? କିଏ ମରିବ ବାଜି । ସେପଟେ ଧଡଧଡ ହେଉଛି ନେତାଙ୍କ ଛାତି । ଆରମ୍ଭ ହୋଇଗଲାଣି ଭୋଟ୍ ଗଣତି । ମଧ୍ୟାହ୍ନ ସୁଦ୍ଧା ଆସିପାରେ ଚୂଡାନ୍ତ ଫଳାଫଳ । ଭୋଟ୍ ଗଣତି ପାଇଁ ଭଦ୍ରକ ସଂସ୍କୃତି ଭବନରେ ବ୍ୟବସ୍ଥା କରାଯାଇଛି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯିବ । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ । ପ୍ରଥମେ ୮ଟାରୁ ସାଢ଼େ ୮ଟା ଭିତରେ ପୋଷ୍ଟାଲ ବାଲଟ ଗଣତି ହେବ । ପରେ ଇଭିଏମ ଗଣତି ହେବ । କାଉଣ୍ଟିଂରେ ପ୍ରତି ଟେବୁଲ ପାଇଁ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ରହିଛନ୍ତି । ଏହାସହ ପ୍ରତି ଟେବୁଲରେ ପ୍ରାର୍ଥୀମାନଙ୍କର ଜଣେ ଲେଖାଏଁ କାଉଣ୍ଟିଙ୍ଗ ଏଜେଣ୍ଟ ମଧ୍ୟ ରହିଛନ୍ତି ।
ସେପଟେ ବିଜୟୀ ନେଇ ଉଭୟ ବିଜେଡି-ବିଜେପି ଆଶାବାଦୀ ରହିଛନ୍ତି । ସୂରଜ ସୂର୍ଯ୍ୟବଂଶୀ ବିଜେପିର ପ୍ରାର୍ଥୀ ରହିଥିବା ବେଳେ ଅବନ୍ତୀ ଦାସ ବିଜେଡିର ପ୍ରାର୍ଥୀ ରହିଛନ୍ତି ସେହିପରି କଂଗ୍ରେସର ହରେକୃଷ୍ଣ ସେଠୀ, ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ବିଜେପି ଅନୁକମ୍ପା ମୂଳକ ଭୋଟ୍ ପାଇବ ବୋଲି ଆଶାବାଦୀ ଥିବା ବେଳେ ବିଜେଡି ମହିଳା ଭୋଟ୍ ହାତେଇ ବିଜୟୀ ହେବାକୁ ଆଶା ରଖିଛି ।
ରିପୋର୍ଟ: ଦୀପା ପ୍ରଧାନ