ସନ୍ଷ୍ଚାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ୨୦୨୨ରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏଥର ଆମ୍ ଆଦମୀ ପାର୍ଟି (ଏଏପି)ର ପ୍ରାର୍ଥୀ ଲଢିବା ପାଇଁ ଯାଉଛନ୍ତି । ତେବେ ଏନେଇ ସୂଚନା ଦେଇଛନ୍ତି ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠାତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ।
କେଜ୍ରିଓ୍ଵାଲ ଆଜି ସୋସିଆଲ୍ ମିଡିଆରେ ଏହି ସୂଚନା ଦେବା ସହ ଆଉମଧ୍ୟ କହିଛନ୍ତି ଯେ ଆପ୍ ଦିଲ୍ଲୀରେ ୩ ଥର ସରକାର ଗଠନ କରିଛି । ପଞାବରେ ନିର୍ବାଚନରେ ମଧ୍ୟ ଆପ୍ ମୁଖ୍ୟ ବିରୋଧି ଦଳର ମାନ୍ୟତା ପାଇପାରିଛି । ତେବେ ପ୍ରଥମଥର ପାଇଁ ଦେଶର ସବୁଠୁ ବଡ ରାଜ୍ୟରେ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଯାଉଛି ଆପ୍ । ଉତ୍ତରପ୍ରଦେଶର ଅନେକ ଅଧିବାସୀ ଦିଲ୍ଲୀରେ ରହୁଛନ୍ତି । ଉତ୍ତରପ୍ରଦେଶର ଅନେକ ସାଧାରଣ ଜନତା ତଥା ସଂଗଠନ ସେଠାରେ ନିର୍ବାଚନ ଲଢିବାକୁ ପରାମର୍ଶ ଦେଇଛନ୍ତି ବୋଲି କହିଛନ୍ତି କେଜ୍ରିଓ୍ଵାଲ ।ସେ ଆଉ ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଶାସନ କରୁଥିବା ଭ୍ରଷ୍ଠ ନେତାମାନେ ଉତ୍ତରପ୍ରଦେଶକୁ ବିକାଶଠାରୁ ଦୂରରେ ରଖିଛନ୍ତି । ୟୁପିର ଜନତା ପୁରୁଣା ସରକାରଙ୍କ ଛାଡି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଚାହୁଁଛନ୍ତି ।
उत्तर प्रदेश को गंदी राजनीति और भ्रष्ठ नेताओं ने विकास से दूर रखा। इसलिए दिल्ली में जो सुविधाएं लोगों को मिल रही है, वो UP में अभी तक नही मिली।- राष्ट्रीय संयोजक श्री @ArvindKejriwal#UPMeinBhiKejriwal pic.twitter.com/x1MCjrSpQ0
— AAP (@AamAadmiParty) December 15, 2020