ସନଷ୍ଟାର ଟିଭି ବ୍ୟୁରୋ
ରାଞ୍ଚି: ଆଖିବୁଝିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର । ଭୋଟ ଦେବାର ଦୁଇଦିନ ପରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ଶ୍ୟାମ ଚରଣ ନେଗି । ନେଗି ଦେଶର ସର୍ବାଧିକ ଥର ମତଦାନ କରିଥିବା ଭୋଟର୍ । ସେ ବୃତ୍ତିରେ ଜଣେ ଶିକ୍ଷକ ଥିଲେ ।ଦେଶର ସବୁଠାରୁ ବୟସ୍କ ମତଦାତା ଭାବେ ଶ୍ୟାମ ଶରଣ ନେଗି ନଭେମ୍ବର ୨ ତାରିଖରେ ହିମାଚଳପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଇଥିଲେ । ଯାହାକୁ ନେଇ ଚାରିଆଡେ ବେଶ୍ ଚର୍ଚ୍ଚା ହୋଇଥିଲା ।ନେଗି ପୁଲିଂ ସେଣ୍ଟରକୁ ଯାଇ ଭୋଟ ଦେବେ ବୋଲି କହିଥିଲେ । ହେଲେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଯାହାଫଳରେ ନେଗିଙ୍କ ପାଇଁ ପୋଷ୍ଟାଲ ଭୋଟିଂ ବ୍ୟବସ୍ଥା କରାଯାଇଥିଲା ।
ରିପୋର୍ଟ: ଦୀପା ପ୍ରଧାନ