ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଗୁଜରାଟ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଇସୁଦାନ ଗଡବୀ ହେଲେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଜନମତ ଅନୁଯାୟୀ ପ୍ରାର୍ଥୀ ଘୋଷଣା କରିଛି ଆପ |
ସେପଟେ କେଜ୍ରିୱାଲ ଅକ୍ଟୋବର ୨୯ ତାରିଖରେ ସୁରଟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ପଚାରିଥିଲେ କି ଆପଣ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ? ଏନେଇ ଏକ ହ୍ୱାଟସଆପ୍ ନମ୍ବର ମଧ୍ୟ ଜାରି କରାଯାଇଥିଲା । ଏହି ନମ୍ବରକୁ ଲୋକମାନେ ମେସେଜ କରି ସେମାନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ଚେହେରା ଚୟନ କରିଥିଲେ । ଏହି ନମ୍ବରକୁ ଆସିଥିବା ମେସେଜ ମୁତାବକ ଆଜି କେଜ୍ରିୱାଲ ଇସୁଦାନ ଗଡବୀଙ୍କ ନାମ ଘୋଷଣା କରିଛନ୍ତି । ଏନେଇ ଆପ୍ ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ଏହି ମୋବାଇଲ ନମ୍ବରକୁ ୧୬ ଲକ୍ଷରୁ ଅଧିକ ଲୋକ ମେସେଜ କରିଥିଲେ । ଏହି ମେସେଜ ଆଧାରରେ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।
ସେପଟେ , ଗୁଜରାଟରେ ଦୁଇଟି ପର୍ଯ୍ୟାରେ ନିର୍ବାଚନ ହେବାକୁ ଯାଉଛି । ଡିସେମ୍ବର ପହିଲାରେ ପ୍ରଥମ ପର୍ଯ୍ୟାୟରେ ୯୩ ଟି ଆସନ ପାଇଁ ମତ ଗ୍ରହଣ କରାଯିବ । ଏହାସହ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ଆସନଗୁଡିକ ପାଇଁ ମତ ଗ୍ରହଣ କରାଯିବ । ମତଦାନ ସାରିବା ପରେ ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ ।
ରିପୋର୍ଟ: ଦୀପା ପ୍ରଧାନ