ସନଷ୍ଟାର ଟିଭି ବ୍ୟୁରୋ
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ସାମ୍ନାକୁ ଆସିଲା ଏକ ଦାଦନ ଶ୍ରମିକଙ୍କ ମୃତ ଦେହ। ପରିବାର ପ୍ରତିପୋଷଣ କରିବା ପାଇଁ ଦାଦନ ଖଟୁଥିଲେ କିନ୍ତୁ ଶ୍ରମିକଙ୍କ ମୃତ ଦେହ ଏବେ ତାଙ୍କ ଗାଁକୁ ଫେରିଛି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତ ଅନ୍ତର୍ଗତ ରାଉତ ପଡ଼ା ଗ୍ରାମରୁ। ରାଉତପଡା ଗ୍ରାମର ମାଧବାନନ୍ଦ ଦାସଙ୍କ ପୁଅ ଅକ୍ଷୟ ଦାସ ରାଜସ୍ଥାନରେ ଶ୍ରମିକ ଭାବରେ କାର୍ଯ୍ୟକରୁଥିଲେ। ଘଣ୍ଟେଶ୍ୱର ଗୋପୀନାଥ ପୁର ଗ୍ରାମର ବୁଲୁ ସାହୁ ରାଜସ୍ଥାନର ଉଦୟପୁର ଠାରେ ଠିକାଦାର କରୁଥିଲେ। ବୁଲୁ ସାହୁଙ୍କ ପାଖରେ ରହି ଶ୍ରମିକ ଭାବେ କାର୍ଯ୍ୟକରୁଥିଲେ । ଦୀର୍ଘ ଦଶଦିନ ଧରି ଅକ୍ଷୟ ଜ୍ୱରରେ ପଡି ଅସୁସ୍ଥଥିବା ବେଳେ ଚିକିତ୍ସା ଅଭାବରୁ ହଠାତ ତାଙ୍କର ମୃତ୍ୟୁ ହୋଇଥିଲା। ଅକ୍ଷୟଙ୍କ ମୃତ ଶରୀର ଠିକାଦାର ବୁଲୁ ସାହୁ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ଅକ୍ଷୟଙ୍କ ଗ୍ରାମକୁ ପଠାଇଥିଲେ। ତେବେ ଉକ୍ତ ଘଟଣାରେ ପରିବାର ଲୋକେ ଠିକାଦାର ବୁଲୁ ସାହୁଙ୍କୁ ଦାୟୀ କରିବା ସହିତ ଆସିଥିବା ଆମ୍ବୁଲାନ୍ସ ଏବଂ ୪ ଜଣ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଅକ୍ଷୟଙ୍କ ପରିବାରକୁ ନ୍ୟାୟ ନ ମିଳିବା ଯାଏଁ ଆମ୍ବୁଲାନ୍ସକୁ ଅଟକ ରଖିବେ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି l
ରିପୋର୍ଟ – ପ୍ରଶାନ୍ତ କୁମାର ପାଣି