ସନଷ୍ଟାର ଟିଭି ବ୍ୟୁରୋ
ଧାମନଗର : ଆଜି ଧାମନଗରରେ ପ୍ରଚାରର ଶେଷ ଦିନ | ଆଜି ସରିବ ବିଦ୍ଧିବଦ୍ଧ ପ୍ରଚାର | ଶେଷ ଦିନରେ ଜୋରଦାର ହେଉଛି ପ୍ରଚାର ପ୍ରସାର | ପ୍ରଚାରର ଶେଷ ଦିନରେ ଧାମନଗର ମୈଦାନ ଫାଟିପଡୁଛି | ଯେହେତୁ ଆଜି ପ୍ରଚାରର ଶେଷ ଦିନ ତିନି ପ୍ରମୁଖ ଦଳ ଲୋକଙ୍କୁ ମନାଇବା ପାଇଁ ଶେଷ ପ୍ରୟାସ କରିବେ ।
ଶେଷ ଦିନରେ ଜୋରଦାର ପ୍ରଚାର କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଭୋଟ ହାତେଇବାକୁ ଆଜି ଶେଷ ଲକ୍ଷ୍ୟ ରଖିଛନ୍ତି ପ୍ରାର୍ଥୀ । ହଜାର ହଜାର କର୍ମୀଙ୍କୁ ନେଇ ବଡ଼ ବାଇକ ରାଲି କରୁଛି ବିଜେଡି । ଜନତା ଜନାର୍ଦ୍ଦନ ମଧ୍ୟ ଆଜି ମନସ୍ଥ କରିବେ ସେମାନେ କାହାକୁ ଭୋଟ ଦେବେ । ଗତକାଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେପଟେ ବିଜେଡି ପକ୍ଷରୁ ଅବନ୍ତୀ ଦାସ ଓ କଂଗ୍ରେସ ପକ୍ଷରୁ ହରେକୃଷ୍ଣ ସେଠୀ ପ୍ରାର୍ଥୀ ଅଛନ୍ତି ଥିବାବେଳେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଏବଂ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ନିର୍ବାଚନୀ ମଇଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ରିପୋର୍ଟ: ଦୀପା ପ୍ରଧାନ