ସନଷ୍ଟାର ଟିଭି ବ୍ୟୁରୋ
ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ | ଭର୍ଚ୍ଚୁଆଲ ମାଧ୍ୟମରେ ପ୍ରଚାର କଲେ ନବୀନ ପଟ୍ଟନାୟକ | ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ | ଧାମନଗର ଉପନିବାର୍ଚନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧାମନଗରର ଆହୁରି ବିକାଶ ହେବ ।ଏବଂ ସେ ନିଜେ ବିକାଶ କାମ ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହା ସହ ସେ କହିଛନ୍ତି ,”ଧାମନଗର ହେଉଛି ଶାନ୍ତି ସ୍ଵଭାଵ ଏବଂ ଭାଇଚାରାର ଭୂମି | ଯାହା ଧାମନଗରର ବଡ ପରିଚୟ | ବିଜେଡି ସୁଖ ଦୁଃଖ ସବୁବେଳେ ଆପଣଙ୍କ ସାଥିରେ ଅଛି | ସବୁ ବର୍ଗର ଲୋକଙ୍କ ପାଇଁ କାମ କରୁଛି ବିଜେଡି | ଧାମନଗରର ଏହି ପରିଚୟ ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ | ସବୁ ଯୋଜନାର ସୁବିଧା ଆପଣଙ୍କ ପାଖରେ ପହଞ୍ଚିପାରୁଥିବାରୁ ମୁଁ ବହୁତ ଖୁସି | ମା ମାନେ ସଶକ୍ତ ହେଉଛନ୍ତି ଏବଂ ମିଶନ ଶକ୍ତି ସେମାନଙ୍କ ନୂଆ ପରିଚୟ | ମା ମାନଙ୍କ ଭଲ କାମ ହିଁ ମତେ ବହୁତ ଖୁସି ଦେଇଛି | ତେଣୁ ଜଣେ ମା କୁ ଆପଣଙ୍କ MLA ଭାବେ ମୁଁ ଦେଖିବାକୁ ଚାହେଁ | ଆପଣ ମାନେବି ଜଣେ ମା କୁ ନିଜର ବିଧାୟକ ଭାବେ ଚାହାନ୍ତି | ମା ମାନେ ସବୁ ଦାୟୀତକୁ ସୁନ୍ଦର ଭାବେ ନିର୍ବାହ କରିପାରୁଛନ୍ତି | ଆପଣମାନଙ୍କ ସହଯୋଗରେ ଓଡିଶା ବିକାଶରେ ସାରା ବିଶ୍ୱରେ ସୁନାମ କରିଛି | ଆପଣମାନଙ୍କ ସହଯୋଗରେ ଏଧାରା ଆହୁରି ଆଗକୁ ବଢିବ | ଗତ ନିର୍ବାଚନଗୁଡିକରେ ଶଙ୍ଖ ଚିହ୍ନରେ ଆପଣମାନେ ଵିଶ୍ଵାସ ରଖିଛନ୍ତି |ପଞ୍ଚଯାତ ନିର୍ବାଚନରେ ଆପଣମାନେ ବିଜେଡି ଉପରେ ପୁର୍ଣ ବିଶ୍ୱାସ କରିଛନ୍ତି | ଏଥିପାଇଁ ଆପଣମାନଙ୍କ ନିକଟରେ ମୁଁ ଚିରଋଣୀ | ମୋର ପୁରା ବିଶ୍ୱାସ ଏ ନିର୍ବାଚନରେ ବି ସେ ଧାରା ଜାରି ରହିବ | ଧାମନଗର ବିକାଶ ଆହୁରି ଆଗକୁ ବଢିବ ବୋଲି କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ | “
ରିପୋର୍ଟ: ଦୀପା ପ୍ରଧାନ