ସନଷ୍ଟାର ଟିଭି ବ୍ୟୁରୋ
ଚାନ୍ଦବାଲି: ଧରାପଡିଲା ଗଞ୍ଜେଇ ଚାଲାଣକାରୀ l ଚାନ୍ଦବାଲି ବ୍ଲକ ମତୋ ବଜାର ରୁ ଏକ ଗ୍ଲାମର ବାଇକ ସହ ୫.୩ କେଜି ଗଞ୍ଜେଇ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି l ଶରତ ମହାଳିକ ଏବଂ ରାଜେନ୍ଦ୍ର ବିଶ୍ୱାଳ ଦୁଇ ଯୁବକ ଏକ ଗ୍ଲାମର ବାଇକ ଯୋଗେ ଖେରଙ୍ଗ ବଜାର ରୁ ଚାନ୍ଦବାଲି ଆଡକୁ ଗଞ୍ଜେଇ ନେଇ ଯାଉଥିବା ସମୟରେ ଖବର ପାଇ ଅବକାରୀ ବିଭାଗ ତରଫରୁ ମତୋ ବଜାର ନିକଟରେ ଦୁଇ ଜଣଙ୍କୁ ଅଟକା ଯାଇଥିଲା l ତେବେ ଦୁଇ ଜଣଙ୍କ ପାଖରୁ ୫.୩ କେଜି ଗଞ୍ଜେଇ ଜବତ କରାଯିବା ସହ ସେମାନଙ୍କ ନାମରେ କେଶ ନଂ ୭୧ /୨୦୧୨ ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଏହି ଚଢ଼ାଉ ବେଳେ ଚାନ୍ଦବାଲି ଅବକାରୀ ବିଭାଗର ଏ. ଏସ. ଆଇ ସନ୍ତୋଷ ଦାସ, ରବି ବେହେରା, ଦୀପକ ରାଉତ, ଖଗେଶ୍ୱର ଜେନା ଓ ଶୁଭାଶିଷ ରାଉତ ପ୍ରମୁଖ ସାମିଲ ଥିଲେ l