ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବେ କ୍ରାଇମବ୍ରାଞ୍ଚ ସିଆଇଟି । ଏଥିପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ । ଅଭୟକାନ୍ତ ପାଠକ ଓ ଆକାଶ ପାଠକ ଭିଜିଲାନ୍ସ ହାତରେ ଧରାପଡିବା ପରେ ସେମାନଙ୍କ ସହ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କ ନାମ ସମ୍ନାକୁ ଆସିଥିଲା । ତେବେ ଏହାପରେ ବିଜେଡି ସଭାପତି ତାଙ୍କୁ ସଦସ୍ୟ ପଦରୁ ବହିଷ୍କାର ମଧ୍ୟ କରିଥିଲେ । ଗତ ୩ ତାରିଖ ସନ୍ଧ୍ୟା ସମୟରେ ରେ ଆକାଶ ପାଠକ ଲିଙ୍କରେ ତାଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା ।
ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇ ପ୍ରଦୀପଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା । ପ୍ରଦୀପଙ୍କ ଆକାଉଣ୍ଟରୁ ତାଙ୍କ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଥିଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଏହି ସବୁ ଟଙ୍କା କେଉଁଠୁ ଆସିଲା? ଏ ସମ୍ପର୍କରେ ଯାଞ୍ଚ କରୁଛି ଇଡି।। ତେବେ ର ତାଙ୍କ ବିରୋଧରେ ଆଇଟି ଆକ୍ଟର ସଙ୍ଗୀନ ଦଫା ଲଗାଯାଇଛି । ଠକେଇ, ଜାଲିଆତି, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା