ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦୀପାବଳି ପରେ ବଢିଲା ବାୟୁ ପ୍ରଦୂଷଣ | ଅଣନିଶ୍ବାସୀ ହେଉଛନ୍ତି ରାଜଧାନୀ ଦିଲ୍ଲୀବାସୀ | ଦୀପାବଳି ପରେ ଅଣନିଶ୍ବାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ। ବିଳମ୍ବିତ ରାତିରୁ ସାମାନ୍ୟଠାରୁ ୧୦ ଗୁଣା ଅଧିକ ପ୍ରଦୂଷିତ ହୋଇଛି ବାୟୁ । ରାଜଧାନୀ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ଅତ୍ୟଧିକ ଖରାପ ରେକର୍ଡ ହୋଇଛି । ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ସତ୍ତ୍ବେ ବାଣ ଧୂଆଁରେ ବିଷାକ୍ତ ହୋଇଯାଇଛି ରାଜଧାନୀର ପବନ । ସୂଚନା ଅନୁଯାୟୀ , ଜାହାଙ୍ଗିରପୁରୀରେ ବାୟୁ ଗୁଣାବତ୍ତା ସୂଚକାଙ୍କ ସାମାନ୍ୟଠାରୁ ୧୦ଗୁଣା ଖରାପ ହୋଇଛି । ନୋଏଡାରେ ବି AQI ୩୪୨ ରିପୋର୍ଟ ହୋଇଛି ।
ସେପଟେ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଲାଗିପଡିଛନ୍ତି ଦିଲ୍ଲୀ ସରକାର । ଟ୍ରାଫିକରେ ରେଡ ଲାଇଟ ଥିଲେ ଗାଡ଼ି ଷ୍ଟାର୍ଟ ବନ୍ଦ କରିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ରିପୋର୍ଟ : ଦୀପା ପ୍ରଧାନ