ସନଷ୍ଟାର ଟିଭି ବ୍ୟୁରୋ
ବ୍ରିଟେନ୍ : ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବେ ରିଷି ସୁନକ୍ | ଆଜି ନାମାଙ୍କନ ଦାଖଲର ଶେଷ ଦିନ ରହିଛି | ରେସରେ ଭାରତୀୟ ଵଂଶୋଭବ ରିଷି ସୁନକ୍ | ବୋରିସ ଜନସନ ଓହରିବା ପରେ ରିଷି ସୁନକଙ୍କ ରାସ୍ତା ପରିସ୍କାର ହୋଇଯାଇଛି | ତେବେ ବିଜୟୀ ହେଲେ ସୁନକ୍ ହେବେ ପ୍ରଥମ ଭାରତୀୟ ଵଂଶୋଭବ ପ୍ରଧାନମନ୍ତ୍ରୀ | ପ୍ରଧାନମନ୍ତ୍ରୀ ଦୋୖଡରେ ଆଗରେ ଅଛନ୍ତି ଭାରତୀୟ ଵଂଶୋଭବ ରିଷି ସୁନକ୍ | ବିଭିନ୍ନ ଗଣମାଧ୍ୟମର ପ୍ରକାଶିତ ରିପୋର୍ଟ ଅନୁସାରେ ସୁନକଙ୍କ ସହ ୧୫୫ ସାଂସଦଙ୍କ ସମର୍ଥନ ରହିଛି । ସେହିଭଳି ପେନି ମୋର୍ଡାଣ୍ଟଙ୍କ ସହ ୨୫ ସାଂସଦଙ୍କ ସମର୍ଥନ ରହିଛି । ଟୋରୀରେ ୩୫୭ ସାଂସଦ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮୦ ସାଂସଦ ସେମାନଙ୍କ ମତାମତକୁ ସାର୍ବଜନୀନ କରିଛନ୍ତି । ୫୦ରୁ ଅଧିକ ସାଂସଦ ରହିଛନ୍ତି ଯେଉଁମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମର୍ଥନରେ ବାହାରିଛନ୍ତି । ତେବେ ସେ ରେସରୁ ବାଦ ପଡିସାରିଛନ୍ତି ।
ତେବେ ଆସନ୍ତା ଗୁରୁବାର ରାତିରେ ନାମାଙ୍କନ ଖୋଲାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଯିବା ପାଇଁ ୩୫୭ ସାଂସଦଙ୍କ ମଧ୍ୟରୁ ଶହେ ସାଂସଦଙ୍କ ଭୋଟ ଜଣେ ପ୍ରାର୍ଥୀଙ୍କୁ ଆବଶ୍ୟକ ହୋଇଥାଏ । ଯିଏ ସର୍ବାଧିକ ସାଂସଦଙ୍କ ସମର୍ଥନ ହାସଲ କରିପାରିବେ ସେ ଆଗାମୀ ପ୍ରଧାନମନ୍ତ୍ରୀ ହେବେ ।
ରିପୋର୍ଟ : ଦୀପା ପ୍ରଧାନ