ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭୁବନେଶ୍ୱର : ପବନ ବେଗରେ ମାଡି ଆସୁଛି ବାତ୍ୟା | ଗଭୀର ଅବପାତ ରୂପ ନେଲା ବାତ୍ୟା | ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ବାତ୍ୟା ସି-ତ୍ରଙ୍ଗ | ସାଗର ଦ୍ବୀପଠାରୁ ୫୮୦ କିଲୋମିଟର ଦକ୍ଷିଣରେ ଥିବା ବେଳେ ବାଂଲାଦେଶ ବରିସାଲଠାରୁ ୭୪୦ କିଲୋମିଟର ଦୂରରେ ରହିଛି ବାତ୍ୟା | ଗତ ୬ଘଣ୍ଟା ହେଲା ଘଣ୍ଟାକୁ ୧୧ କିଲୋମିଟର ଗତିରେ ଉତ୍ତର ଉତ୍ତର ପୂର୍ବ ଦିଗକୁ ମୁହାଁଉଛି ବାତ୍ୟା ସିତ୍ରଙ୍ଗ | ଆଇଏମଡିର ସୂଚନା ଅନୁଯାୟୀ , ଆସନ୍ତାକାଲି ଭୟଙ୍କର ରୂପ ଧାରଣ କରି ୨ ୫ତାରିଖ ସକାଳେ ସିତ୍ରଙ୍ଗ ବାଂଲାଦେଶ ଉପକୂଳ ଅତିକ୍ରମ କରିବ |
ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି | ବର୍ତ୍ତମାନ ଏହା ସାଗର ଦ୍ଵୀପପୁଞ୍ଜ ଠାରୁ ଦକ୍ଷିଣ ଦିଗରେ ୫୦୦ କି.ମି. ଦୂରରେ ପୂର୍ବ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି | ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି |
ବାତ୍ୟା ‘ସିତ୍ରାଙ୍ଗ’ ପ୍ରଭାବରେ ଆଜି ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକ | ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟା ପ୍ରତି ୩୫ରୁ ୪୫ କିଲୋମିଟର ରହିପାରେ | ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୫୫ କିଲୋମିଟର ହୋଇପାରେ ବୋଲି ଆଇଏମଡି ସୂଚନା ଦେଇଛି |
ରିପୋର୍ଟ : ଦୀପା ପ୍ରଧାନ