ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଲୋକର ପର୍ବ ଦୀପାବଳି । ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଆଜିର ଦିନ । ଦୀପାବଳି ପାଇଁ ଗାଁଠୁ ଆରମ୍ଭ କରି ସହର ବଜାର ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଧୁମଧାମରେ ପାଳନ ହେଉଛି ଉତ୍ସବ । ହିନ୍ଦୁ ପରମ୍ପରାରେ ପ୍ରଭୁ ଶ୍ରୀରାମ ଲଙ୍କା ଜୟ କରି ଆଜି ଫେରିଥିଲେ । ସେଥିପାଇଁ ସମଗ୍ର ଅଯୋଧ୍ୟାବାସୀ ପ୍ରଦୀପ ପ୍ରଜଳ୍ୱନ କରି ଉତ୍ସାହ ଓ ଆନନ୍ଦ ମନାଇଥିଲେ । କାଳିମାର ଅନ୍ଧକାର ଦିନକୁ ପ୍ରତିହତ କରି ପ୍ରଭୁ ପୁରୁଷତ୍ତୋମ ଶ୍ରୀରାମ ଆଲୋକର ବିଜୟ ହାସଲ କରିଥିଲେ । ୧୨ ବର୍ଷ ବନବାସ ଶେଷ କରି ସୀତା ମାତାଙ୍କୁ ସାଥିରେ ଘେନି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଯେଉଁଥିପାଇଁ ସମଗ୍ର ଅଯୋଧ୍ୟାପୁର ଏହି ଦିନକୁ ଆଲୋକରେ ଆଛାଦିତ କରିଥିଲେ । ସେପଟେ କାଳୀ ମାତାଙ୍କର ଆଜି ମଧ୍ୟ ପୂଜାର୍ଚ୍ଚନା । ତେଣୁ ହିନ୍ଦୁ ରିତିନିତୀରେ ବିଧି ବିଧାନର ସହ ଆଜିର ଦିନକୁ ପାଳନ କରାଯାଇଥାଏ ।
ଦୁଇବର୍ଷ ପରେ ଆଜି ସମଗ୍ର ଦେଶ ଉତ୍ସବ ମନାଇବେ । ସଭିଙ୍କ ମନରେ ଉତ୍କଣ୍ଠା ଓ ଉଦ୍ଦୀପନା ଭରିଯାଉଛି । ବିନା କୋଭିଡ କଟକଣାରେ ବାଣ ଫୁଟାଇବା ସହ ପ୍ରଦୀପ ପ୍ରଜଳ୍ୱନ କରିବେ ଦେଶବାସୀ । ଛୋଟ ଠୁ ବଡ ଆଜି ସମସ୍ତେ ରାଗରୁଷା ଭୁଲି ଏକାଠି ହୋଇ ଦୀପାବଳି ପର୍ବ କୁ ବଡ ଧୁମଧାମ ରେ ପାଳନ କରନ୍ତୁ |
ରିପୋର୍ଟ : ଦୀପା ପ୍ରଧାନ