ସନ୍ଷ୍ଟାର ଟିଭି ବ୍ୟୁରୋ
image credit: knews
ସମ୍ବଲପୁର: ବିଭିନ୍ନ ସମସ୍ୟାର ସମାଧାନ ପ୍ରତିବାଦରେ ଆଜି ସମ୍ବଲପୁର ଜିଲ୍ଲାର ବାମରା ଠାରେ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ଦେଇଛନ୍ତି ରେଳ କ୍ରିୟାନୁଷ୍ଠାନ କମିଟି । ତେବେ ସେଠାରେ ବହୁ ଦିନ ହେବ ଓଭରବ୍ରିଜ ନିର୍ମାଣ କରିବାକୁ ଦାବି କରାଯାଉଥିବା ବେଳେ କେହି କର୍ଣ୍ଣପାତ କରିନଥିଲେ । ଓଭରବ୍ରିଜ ନିର୍ମାଣ ଓ ବାମରାରେ ପୂର୍ବରୁ ଅଟକୁ ଥିବା ରାଜେନ୍ଦ୍ରନଗର-ଦୁର୍ଗ-ସାଉଥବିହାର, ରାଉରକେଲା- ଭୁବନେଶ୍ୱର ଇଣ୍ଟରସିଟି ଓ ହାୱାଡା-ଅହମଦାବାଦ ଏକ୍ସପ୍ରେସ ଟ୍ରେନର ରହଣି ପ୍ରତ୍ୟାହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବାମରା ବନ୍ଦ ଡାକରା ସହ ରେଳରୋକ କରାଯାଇଛି। ଏହି ୩ଟି ଏକ୍ସପ୍ରେସ ଟ୍ରେନର ରହଣି ଦାବିରେ ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ରେଳରୋକ ଆରମ୍ଭ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ଉପଜିଲ୍ଲାପାଳ ଓ ଏସଡିପିଓଙ୍କ ସହିତ ରେଲ ବିଭାଗ ଅଧିକାରୀ କ୍ରିୟାନୁଷ୍ଠାନ କମିଟିର ଆଲୋଚନା ହୋଇଥିଲା। ଯେଉଁଥିପାଇଁ କୌଣସି ନିଷ୍କର୍ସ ବାହାରି ପାରିନଥିଲା। କ୍ରିୟାନୁଷ୍ଠାନ କମିଟି ରେଳ ରହଣୀ ପାଇଁ ଅଡି ବସିଥିଲା। ତେବେ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହାଇଥିବା ରେଳ ରୋକ୍ ଫଳରେ ବହୁ ଟ୍ରେନ୍ ଅଟକି ରହିଛି।