ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ଜଣେ ଚା ଓ ପରିବା ଦୋକାନୀଙ୍କ ନାମରେ ନାମରେ ୧୦୯ କୋଟି ଟଙ୍କାର ଜିଏସ୍ଟି ଠକେଇ ର ନୋଟିସ ଆସିଛି । କାର୍ତ୍ତିକ କମିଳା ନାମକ ଏହି ଦୋକାନୀଙ୍କ ନାମରେ ଲିଙ୍ଗରାଜ ଟ୍ରେଡ୍ସ୍ କମ୍ପାନୀ ଏହି ଠକେଇ କରିଥିବା କହିଛନ୍ତି ଜିଏସ୍ଟି ଅଧିକାରୀ । ତେବେ ସେ କମ୍ପାନୀ ବିଷୟରେ ଦୋକାନୀ ଜଣକ କିଛି ଜାଣିନଥିବା କହିଛନ୍ତି କାର୍ତ୍ତିକ କମିଳା । ତେବେ ତାଙ୍କ ନାମରେ ଫେକ କମ୍ପାନୀ କରି କିଏ ଏତେ ବଡ ପରିମାଣର ଠକେଇ କରିଥିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।