ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବନ୍ୟା ପରିସ୍ଥିତି ପରେ ପାକିସ୍ତାନ ଭାରତ କୁ ସହାୟତା ମାଗିଛି | ଭାରତ ଠୁ ମଶାରୀ କିଣିବ ପାକିସ୍ତାନ | ଏବେ ଡେଙ୍ଗୁ ,ମ୍ୟାଲେରିଆ କବଳରେ ପାକିସ୍ତାନ | ଏଭଳି ସ୍ତିତିରେ ପାକିସ୍ତାନ ଭାରତରୁ ମଶାରୀ କିଣିବ ବୋଲି ନିଷ୍ପତି ନେଇଛି | ବନ୍ୟା ବିପାତ ପରେ ପାକିସ୍ତାନରେ ବଢୁଛି ସଂକ୍ରମଣ ଜନିତ ରୋଗ | ଜୁନ୍ ମଧ୍ୟଭାଗରୁ ଅଦ୍ୟାବଧି ବର୍ଷା ହେତୁ ପାକିସ୍ତାନକୁ ଆସିଥିବା ଭୟଙ୍କର ବନ୍ୟାରେ ୧୭୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ, ପ୍ରାୟ ୩୩ ନିୟୁତ ଲୋକ ବିସ୍ଥାପିତ ହୋଇଥିଲେ ଏବଂ ଦେଶର ଏକ ତୃତୀୟାଂଶ ବନ୍ୟା ପରିସ୍ଥିତିରେ ବୁଡ଼ି ଯାଇଥିଲେ।
ତେବେ ଗତ ମାସରେ ଭାରତରୁ ମଶାରୀ କିଣିବା ପାଇଁ ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଅନୁମତି ମାଗିଥିଲା ପାକିସ୍ତାନ ।ସୂଚନା ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାକିସ୍ତାନ ପାଇଁ ମଶାରୀ ଯୋଗାଇବାକୁ ଗ୍ଲୋବାଲ ଫଣ୍ଡ ଦ୍ୱାରା ପ୍ରଦାନ କରାଯାଇଥିବା ଆର୍ଥିକ ସମ୍ବଳ ବ୍ୟବହାର କରୁଛି।
ସୂଚନା ଅନୁଯାୟୀ ,ନଭେମ୍ବର ମଧ୍ୟଭାଗରେ ସେମାନେ ଏହି ପ୍ରକ୍ରିୟା ଶେଷ କରିବାକୁ ଚେଷ୍ଟା କରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସେମାନେ ୱାଗା ମାର୍ଗ ଦେଇ ଆସନ୍ତା ମାସ ସୁଦ୍ଧା ମଶାରି ପାଇବାକୁ ଯୋଜନା କରୁଛନ୍ତି।
ରିପୋର୍ଟ : ଦୀପା ପ୍ରଧାନ