ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ନାଁଓ ଚିହ୍ନକୁ ନେଇ ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା | ଏଭଳି ସ୍ଥିତିରେ କେନ୍ଦ୍ର ନିର୍ବାଚନ ଆୟୋଗ ଦୁଇ ଦଳଙ୍କ ପାଇଁ ଜାରି କରିଛନ୍ତି ନୂଆ ନାଁ | ଏନେଇ ଦୁଇ ଗୋଷ୍ଠୀକୁ ଚିଠି ଲେଖିଛନ୍ତି ନିର୍ବାଚନ ଆୟୋଗ | ଉଭୟ ଗୋଷ୍ଠୀଙ୍କୁ ନାଁ ଏବଂ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ |
ସୂଚନା ଅନୁଯାୟୀ , ଶିବସେନା ଦୁଇ ଭାଗ ହେବା ପରେ ଧନୁ ତୀର ବ୍ୟବହାର ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନର । ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ନତୁଟିବା ଯାଏଁ ଦଳୀୟ ଚିହ୍ନ ବ୍ୟବହାର କରିପାରିବେନି ବୋଲି ଆଦେଶ ଦେଇଥିଲେ ନିର୍ବାଚନ ଆୟୋଗ।ଏହାସହ ଦୁଇ ଗୋଷ୍ଠୀଙ୍କୁ ଦୁଇଟି ଭିନ୍ନ ଦଳୀୟ ଚିହ୍ନ ଚୟନ କରିବାକୁ କହିଥିଲେ ନିର୍ବାଚନ କମିସନର ।
ସୂଚନା ଅନୁଯାୟୀ , ଅପେକ୍ଷ୍ୟା ର ଅନ୍ତ ଘଟିଛି | ଉଭୟ ଗୋଷ୍ଠୀଙ୍କୁ ନାଁ ଏବଂ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ |ଉଦ୍ଧବଙ୍କ ଗୋଷ୍ଠୀର ନାଁ- ଶିବସେନା ଉଦ୍ଧବ ବାଲାସାହେବ ଥାକରେ ଦିଆଯାଇଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ନାଁ- ବାଲାସାହେବ୍ଚି ଶିବସେନା ରଖାଯାଇଛି । ସେହିପରି ସୋମବାର ଉଦ୍ଧବଙ୍କ ଗୋଷ୍ଠୀକୁ ମଶାଲ ଚିହ୍ନ ମିଳିଥିବା ବେଳେ , ଆଜି ଏକନାଥ ଶିନ୍ଦେ ଗୋଷ୍ଠୀଙ୍କୁ ନିର୍ବାଚନୀ ଚିହ୍ନ ଜାରି କରିଛନ୍ତି ନିର୍ବାଚନ କମିଶନର |କମିଶନ ତାଙ୍କୁ ଦୁଇଟି ଖଣ୍ଡା ଏବଂ ଢାଲ ଥିବା ଚିହ୍ନ ଜାରି କରିଛନ୍ତି ।
ତେବେ ଆଗକୁ ହେବାକୁ ଥିବା ନିର୍ବାଚନରେ ଉଦ୍ଧବଙ୍କ ମଶାଲ ଏବଂ ଶିନ୍ଦେଙ୍କ ଖଣ୍ଡା-ଢାଲ ଲଢ଼େଇ ହେବ ।ଏହି ବିବାଦର ସମ୍ପୂର୍ଣ୍ଣ ସମାଧାନ ହେବା ପର୍ଯ୍ୟନ୍ତ ଏହି ଚିହ୍ନକୁ ଦଳ ଆସନ୍ତା ଉପନିର୍ବାଚନରେ ବ୍ୟବହାର କରିବ ବୋଲି ନିର୍ବାଚନ ଆୟୋଗ ନିର୍ଦେଶ ଦେଇଛନ୍ତି ।
ରିପୋର୍ଟ : ଦୀପା ପ୍ରଧାନ