ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ନିଜ ଉତ୍ତରାଧିକାରୀ ଭାବେ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିସ କରିଛନ୍ତି ପ୍ରଧାନ ବିଚାରପତି ୟୁ ୟୁ ଲଳିତ । ୫୦ ତମ ପ୍ରଧାନ ବିଚାରପତି ଭାବେ ନଭେମ୍ବର ୯ ରେ ଶପଥ ନେବେ ଡି ୱାଇ ଚନ୍ଦ୍ରଚୂଡ଼ । ସେପଟେ ଚଳିତ ବର୍ଷ ନଭେମ୍ବରରେ ୮ ତାରିଖରେ ଅବସର ନେବେ ପ୍ରଧାନ ବିଚାରପତି ୟୁ ୟୁ ଲଳିତ ।ଅବସର ପୂର୍ବରୁ ଉତ୍ତରାଧିକାରୀ ସୁପାରିଶ କରିବା ପାଇଁ ବିଚାରପତି ଜଷ୍ଟିସ ୟୁୟୁ ଲଳିତ୍ଙ୍କୁ କେନ୍ଦ୍ର ସରକାର ଅକ୍ଟୋବର ୭ ତାରିଖରେ ଚିଠି ଲେଖିଥିଲେ । ଏହାପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଉତ୍ତରାଧିକାରୀ ଚୟନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ୍ଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଥିଲେ । ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ । ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବା ନେଇ ଯୋଗ୍ୟ ବିବେଚିତ ହୋଇଛନ୍ତି ।ନଭେମ୍ବର ୯ ତାରିଖରେ ଦେଶର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଡି ୱାଇ ଚନ୍ଦ୍ରଚୂଡ । ସେ ଦୁଇ ବର୍ଷ ଏହି ଦାୟିତ୍ୱ ତୁଲାଇବେ ।
ରିପୋର୍ଟ : ଦୀପା ପ୍ରଧାନ