ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ରାଜ୍ୟରେ ପାଳିତ ହେବ ମାଣ୍ଡିଆ ଦିବସ । ମାର୍ଗଶିର ମାସ ପ୍ରଥମ ଗୁରବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ ।
ସୂଚନା ଅନୁଯାୟୀ , ଆମ ଖାଦ୍ୟ ତାଲିକାରେ ଭରପୁର ମାତ୍ରାରେ ମାଣ୍ଡିଆ ରହିଛି । ଏଥିରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ନିମିକି, ସେଓ, ପିଠା, ଛତୁଆ ଆଦି ସ୍ବାଦିଷ୍ଟ ଖାଦ୍ୟ ମାଣ୍ଡିଆ ରୁ ପ୍ରସ୍ତୁତ ହୋଇଥାଏ | ଏହା ମଧ୍ୟ ଆମ ଶରୀର ପାଇଁ ବେଶ ହିତକର ହୋଇଥାଏ । ରାଜ୍ୟ ସରକାର ମାଣ୍ଡିଆ ଉତ୍ପାଦନ ଓ ଏହାର ପ୍ରଚାର ପ୍ରସାରକୁ ବହୁ ମାତ୍ରରେ ଗୁରୁତ୍ବ ଦେଉଛନ୍ତି ।
ମନ୍ତ୍ରଣାଳୟ ଓ ବିଭାଗରେ ହେବାକୁ ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରି, ଇଡିଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ।କେନ୍ଦ୍ର ସରକାର ଓଡ଼ିଶା ମଡେଲକୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ନୀତି ଆୟୋଗ ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଛନ୍ତି ।
ରିପୋର୍ଟ : ଦୀପା ପ୍ରଧାନ