ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା । ପୁରୀ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ତେବେ ସେ କାହିଁକି କଲେ ଆତ୍ମହତ୍ୟା ? କଣ ପାରିବାରିକ କଳହକୁ ନେଇ ହୋଇଛି କି ଆତ୍ମହତ୍ୟା ? କଣ ରହିଛି ଏଇ ଆତ୍ମହତ୍ୟା ପଛରେ ରହସ୍ୟ ? ଏଭଳି ଅନେକ ପ୍ରଶ୍ନ ଉପୁଜିଥିବା ବେଳେ ସସପେନ୍ସ ବଢାଇଲା ଧର୍ମେନ୍ଦ୍ରଙ୍କ ଫେସବୁକ ପୋଷ୍ଟ |
ଭୁବନେଶ୍ଵରର ଶିଶୁପାଳଗଡ ଲକ୍ଷ୍ମୀବିହାରସ୍ଥିତ ସମ୍ପର୍କୀୟଙ୍କ ଘରୁ ମିଳିଛି ଧର୍ମେନ୍ଦ୍ର ଙ୍କ ମୃତଦେହ।ତେବେ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ କରିଥିବା ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ପୋଷ୍ଟରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ “ମୋ ଫୋନ ୨ଟାରେ ସବୁ ଭିଡିଓ ରହିଛି, ତାହା ଦ୍ବାରା ସତ ଲୋକଲୋଚନକୁ ଆସିପାରିବ ।ଏଭଳି କିଛି ଲେଖା ଧର୍ମେନ୍ଦ୍ରଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।ମୋବାଇଲରେ ଥିବା ଭିଡିଓକୁ ଲୋକଲୋଚନାକୁ ଆଣିବାକୁ ସେ ମୃତ୍ୟୁ ପୂର୍ବରୁ ପୋଷ୍ଟ କରିଛନ୍ତି।
ତେବେ କେଉଁଥିପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ, ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ରିପୋର୍ଟ : ଦୀପା ପ୍ରଧାନ