ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନେଇ ଚିନ୍ତାରେ ଗାଡ଼ି ମାଲିକ ।ପାଖେଇ ଆସୁଛି ସମୟ ସୀମା ହେଲେ ଏଯାବତ ହୋଇନି ବୁକିଂ |ନୂଆ ନମ୍ବର ପ୍ଲେଟ୍ କେମିତି ଲାଗିବ, ତାକୁ ନେଇ ଏବେ ଚିନ୍ତାରେ ଗାଡ଼ି ମାଲିକ । କାରଣ ସମୟ ଯେତେ ବିତୁଛି ଡେଟ୍ ଲାଇନ୍ ସେତେ ପାଖଉଛି । ନମ୍ବର ପ୍ଲେଟ୍ ନବଦଳାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା ।
ସେପଟେ ପୂଜା ଛୁଟି ଯୋଗୁ ବଢ଼ୁଛି ୱେଟିଂ ପିରିୟଡ୍ । ନିର୍ଦ୍ଧାରିତ ସମୟ ପୂର୍ବରୁ ନମ୍ବର ପ୍ଲେଟ୍ ନ ବଦଳାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା । ଯାହାକୁ ନେଇ ଗାଡ଼ି ମାଲିକଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏପଟେ ଡେଡ୍ଲାଇନ୍ ଆଉ ବଢ଼ାଯିବ ନାହିଁ ବୋଲି ସଫା ସଫା କହିଦେଇଛି ପରିବହନ ବିଭାଗ ।
ରିପୋର୍ଟ : ଦୀପା ପ୍ରଧାନ