ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସିଲା ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ମନ୍ତ୍ରୀମାନଙ୍କର ଦାଖଲ ସମ୍ପତ୍ତି ତାଲିକା ।ୱେବସାଇଟରେ ସମସ୍ତ ମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବାର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ୨୦୨୧ ଡିସେମ୍ବର ୩୧ ସୁଦ୍ଧା କେଉଁ ମନ୍ତ୍ରୀଙ୍କର କେତେ ସମ୍ପତ୍ତି ରହିଛି, ତାହା ପ୍ରକାଶ କରାଯାଇଛି। ସୂଚନା ଅନୁଯାୟୀ ,ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସମ୍ପତ୍ତି ତାଲିକାରେ ଆଗରେ ଅଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ମଧ୍ୟ ପ୍ରକାଶ ପାଇଛି |୨୦୨୧ ଡିସେମ୍ବର ୩୧ ସୁଦ୍ଧା ନବୀନଙ୍କ ମୋଟ ସମ୍ପତ୍ତି ହେଉଛି ୬୪ କୋଟି ୮୯ ହଜାର ୨୨୦ ଟଙ୍କା ।ନବୀନଙ୍କର ଦିଲ୍ଲୀ ଜନପଥ ବ୍ୟାଙ୍କରେ ୭୨ ଲକ୍ଷ ଟଙ୍କା ରହିଥିବାବେଳେ , ଭୁବନେଶ୍ୱର ଷ୍ଟେଟ୍ ବ୍ୟାଙ୍କରେ ୨୧ ଲକ୍ଷ ୭୧ ହଜାର ଟଙ୍କା, ହିଞ୍ଜିଳିକାଟୁ ଷ୍ଟେଟ୍ ବ୍ୟାଙ୍କରେ ୭ ହଜାର ୭୪ ଟଙ୍କା ଓ ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସରେ ଥିବା ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟରେ ୧୪ ହଜାର ୪୮୮ ଟଙ୍କା ରହିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଦୀପା ପ୍ରଧାନ