ସନଷ୍ଟାର ଟିଭି ବ୍ୟୁରୋ
ଝାଡ଼ଖଣ୍ଡ : ଜାତୀୟ ରାଜପଥରେ ଗାଧେଇଲେ କଂଗ୍ରେସ ବିଧାୟକ ଦୀପିକା ପାଣ୍ଡେ |ଜାତୀୟ ରାଜପଥ ନିର୍ମାଣ ଏବଂ ମରାମତି ଦାବିରେ ରାସ୍ତାରେ ଆଣ୍ଠୁଏ କାଦୁଅ ପାଣିରେ ଗାଧୋଇ ସତ୍ୟାଗ୍ରହ କରଛନ୍ତି | ଝାଡ଼ଖଣ୍ଡ କୋଡା ଠାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି |ଝାଡ଼ଖଣ୍ଡ ଦେଇ ଯାଇଥିବା ୧୩୩ନ ଜାତୀୟ ରାଜପଥରେ ଅବସ୍ଥା ଶୋଚନୀୟ ହୋଇପଡିଛି | ରାସ୍ତାରେ ଆଣ୍ଠୁଏ ଖାଲ ହୋଇଥିବାରୁ ସ୍ଥାନୀୟ ବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଯାହା ଫଳରେ ଅନେକ ଦୁର୍ଘଟଣା ଘଟିଥାଏ | ଏହାର ମରାମତି ପାଇଁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅଭିଯୋଗ କଲେ ବି ଏହାର ମରାମତି ହୋଇପାରୁନି | ଯାହାଫଳରେ ଏଭଳି ନିଆରା ପ୍ରସ୍ତିବାଦ କରିଛନ୍ତି ବିଧାୟିକା |
ରିପୋର୍ଟ ; ଦୀପା ପ୍ରଧାନ