ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ମୌସୁମୀ ଅଧିବେଶନ ପୂର୍ବରୁ ଯୋଗୀ ସରକାରଙ୍କ ବିରୋଧରେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ବିଶାଳ ପଦଯାତ୍ରା |ଏହି ପଦଯାତ୍ରାର ଉଦ୍ଦେଶ୍ୟ ହେଉଛି ୟୁପିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ବେରୋଜଗାରୀ, ଦରଦାମ ବୃଦ୍ଧି, ମହିଳା ବିରୋଧୀ ହିଂସା ବୃଦ୍ଧି ଆଦିକୁ ବିରୋଧ କରିବା ।
ଏହି ପାଦଯାତ୍ରା ରେ ଦଳୀୟ ବିଧାୟକଙ୍କ ସହ ଅଖିଳେଶ ଯାଦବ ସାମିଲ ହୋଇଛନ୍ତି ।ଲୋକଙ୍କ ଦାବିକୁ ବିଧାନସଭାରେ ଉଠାଇବାକୁ ବିଧାୟକମାନେ ପଦଯାତ୍ରାରେ ଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ୟାରିକେଡିଂ କରି ବିଧାୟକଙ୍କୁ ପୋଲିସ ଅଟକାଇଥିବା ବେଳେ ବିଧାୟକମାନେ ରାସ୍ତା ଉପରେ ବସି ପ୍ରତିବାଦ କରିଛନ୍ତି । ସେପଟେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ପଦଯାତ୍ରା ନାଁରେ ସମାଜବାଦୀ ବିଧାୟକ ଫଟୋ ସେସନ ଚଳାଇଛନ୍ତି।
ରିପୋର୍ଟ ; ଦୀପା ପ୍ରଧାନ