ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜିଠୁ ରାଜ୍ୟରେ ଖୋଲିଛି ଆୟୁବେର୍ଦିକ ମେଡିକାଲ କଲେଜ । ରାଜ୍ୟ ସରକାରଙ୍କ ଅନୁମତି ପରେ ରାଜ୍ୟରେ ସମସ୍ତ ଆୟୁବେର୍ଦିକ ଓ ହୋମିଏପାଥିକ ମେଡିକାଲ କଲେଜ ଖୋଲା ଯାଇଛି । ସମସ୍ତ କୋଭିଡ ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଗତ ମାର୍ଚ୍ଚ ମାସରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ଗୁଡିକ ବନ୍ଦ କରାଯାଇଥିଲା । ରାଜ୍ୟରେ ୫ଟି ଆୟୁବେର୍ଦିକ ମେଡିକାଲ କଲେଜ ଓ ୬ ଟି ହୋମିଏପାଥିକ ମେଡିକାଲ କଲେଜ ରହିଛି ।