ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ୨୦୨୩ରେ ହକି ବିଶ୍ୱକପ୍ ପାଇଁ ବାଜିଲା ବିଗୁଲ୍। ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ଆଜି ସରିଲା ଡ୍ର ସେରେମନି। ବିଶ୍ୱକପ୍ ପାଇଁ ପୁଲ୍ ଘୋଷଣା କରାଯାଇଛି। ବିଶ୍ଵକପରେ ଭାଗ ନେବାକୁ ଥିବା ୧୬ଟି ଦଳ ମଧ୍ୟରୁ କେଉଁ ଦଳ କେଉଁ ଗ୍ରୁପରେ ରହିବ, ସେନେଇ ଆଜି ପଡିଥିଲା ଧର୍ମଗୁଳା। ୧୬ଟି ଟିମକୁ ୪ଟି ଗ୍ରୁପରେ ଭାଗ କରାଯାଇଥିଲା । ଏବଂ ପୁଲ୍-ଡିରେ ଭାରତ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଥିଲେ ।
ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ବିଶ୍ବକପ ହକି ୨୦୨୩ର ଡ୍ର ସେରିମନି ଭୁବନେଶ୍ବର କନଭେନସନ ହଲରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏଫଆଇଏଚ୍ କାର୍ଯ୍ୟକାରୀ ସଭାପତି ସେୟଫ୍ ଅହମଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ହକି ଇଣ୍ଡିଆର କର୍ମକର୍ତାଙ୍କ ଉପସ୍ଥିତି ରହିଥିଲେ । ଗ୍ରୁପ-ଡି ରେ ଭାରତ ସହ ଇଂଲଣ୍ଡ, ସ୍ପେନ ଓ ୱେଲସ ଦଳ ମଧ୍ୟ ସ୍ଥାନ ପାଇଛନ୍ତି । ଗ୍ରୁପ-ଏ ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ଏବଂ ଗ୍ରୁପ-ବି ରେ ବେଲଜିୟମ, ଜର୍ମାନୀ, କୋରିଆ, ଜାପାନ ସ୍ଥାନ ପାଇଛନ୍ତି । ସେହିଭଳି ଗ୍ରୁପ୍-ସି ରେ ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ମାଲେସିଆ ଓ ଚିଲି ଦଳ ସ୍ଥାନ ପାଇଛନ୍ତି ।ଭୁବନେଶ୍ୱର ଓ ସୁନ୍ଦରଗଡର ନବନିର୍ମିତ ଷ୍ଟାଡିୟମରେ ଖେଳାଯିବ ହକି ବିଶ୍ୱକପ । ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ଵକପ ହକି।ଆଉ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର ।
ରିପୋର୍ଟ ; ଦୀପା ପ୍ରଧାନ