ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇ ଦିନିଆ ମୁମ୍ବାଇ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି ।ଅମିତ ଶାହାଙ୍କୁ ଜଣେ ଅଜଣା ବ୍ୟକ୍ତି ଆଟାକ କରିଛନ୍ତି |ଏହି ବ୍ୟକ୍ତି ଜଣଙ୍କ ଘଣ୍ଟା ଘଣ୍ଟା ଧରି ବୁଲାବୁଲି କରି ନିଜକୁ ଆନ୍ଧ୍ରପ୍ରଦେଶର ସାଂସଦଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବୋଲି ପରିଚୟ ଦେଇ ସୁରକ୍ଷା ବଳୟ ଭିତରକୁ ପ୍ରବେଶ କରିଥିଲା ।
କେବଳ ଏତିକି ନୁହେଁ ଏହି ବ୍ୟକ୍ତି ଜଣଙ୍କ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସଙ୍କ ଘର ବାହାରେ ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହି ବ୍ୟକ୍ତିଙ୍କୁ କେହି ଚିହ୍ନି ପାରିନଥିବା ବେଳେ ସନ୍ଦେହ ଆଧାରରେ ମନ୍ତ୍ରଣାଳୟର ଜଣେ ଅଧିକାରୀ ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ।ପଚରାଉଚରା ପରେ ମୁମ୍ବାଇ ପୋଲିସ ଏହି ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ନାମ ହେଉଛି ହେମନ୍ତ ପାୱାର ।ଅଭିଯୁକ୍ତ ପାୱାରଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ସେଠାରେ ତାଙ୍କୁ ୫ ଦିନ ପୋଲିସ ହେପାଜତକୁ ପଠାଯାଇଛି।
ରିପୋର୍ଟ ; ଦୀପା ପ୍ରଧାନ