ସନଷ୍ଟାର ଟିଭି ବ୍ୟୁରୋ
ଆସାମ: ଆଜିଠୁ ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡ଼ା ଯାତ୍ରା |ଏହି ଯାତ୍ରାର ଉଦେଶ୍ୟ ହେଉଛି କେନ୍ଦ୍ର ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ଏବଂ ଦେଶର ପ୍ରକୃତ ସମସ୍ୟା ସମସ୍ତଙ୍କ ସାମ୍ନାକୁ ଆଣିବା |ହେଲେ କଂଗ୍ରେସର ଏହି ଯାତ୍ରାକୁ କଟାକ୍ଷ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା | ସେ କହିହଛନ୍ତି ଯେ ‘ଯଦି ଭାରତକୁ ଯୋଡ଼ିବାକୁ ଚାହୁଁଛ ତା’ହେଲେ ପାକିସ୍ତାନରୁ ଯାତ୍ରା ଆରମ୍ଭ କରନ୍ତୁ’ । ତାଙ୍କ କହିବାନୁଯାୟୀ, ଭାରତ ୧୯୪୭ ରୁ ହିଁ ଯୋଡ଼ି ହୋଇ ଅଛି । କଂଗ୍ରେସ ସମୟରେ ହିଁ ଭାରତ ପାକିସ୍ତାନ ଅଲଗା ହୋଇଥିଲା । ତେବେ କଂଗ୍ରେସର ଏହି ଯାତ୍ରାର କିଛି ଆବଶ୍ୟକତା ନାହିଁ । ଯଦି କଂଗ୍ରେସ ଦଳ ଭାରତକୁ ଯୋଡ଼ିବାକୁ ଚାହୁଁଛି, ତେବେ ପାକିସ୍ତାନ ଯାଆନ୍ତୁ ଏବଂ ସେଠି ଯାତ୍ରା କରନ୍ତୁ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା।ଏହି ଜନ ସମ୍ପର୍କ ପଦଯାତ୍ରାରେ ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ରହିବ । ୧୫୦ ଦିନର ପଦଯାତ୍ରାରେ ପ୍ରାୟ ୩୭୦୦ କିଲୋମିଟର ଯାତ୍ରା କରିବେ ରାହୁଲ ଗାନ୍ଧୀ ।
ରିପୋର୍ଟ ; ଦୀପା ପ୍ରଧାନ