ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଆସନ୍ତାକାଲିଠୁ ଆରମ୍ଭ ହେବ। ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ | ଏହା କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମିରରେ ଶେଷ ହେବ। ଏହି ଯାତ୍ରା ର ଉଦ୍ଦେଶ୍ୟ ହେଉଛି ଦେଶରେ ସୃଷ୍ଟି ହେଉଥିବା ଆର୍ଥିକ ସଙ୍କଟ ,ଏବଂ ବେକାରୀ ସମସ୍ୟା |ବିଜେପି ସରକାରଙ୍କ କାରଣରୁ ଦେଶର ଅର୍ଥନୀତି ଏକ ସଙ୍କଟମୟ ସ୍ଥିତିରେ ଗତି କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଆର୍ଥିକ ସ୍ଥିତି ପରିଚାଳନା କାରଣରୁ ଦେଶରେ ଦରଦାମ ଆକାଶଛୁଆଁ ହେବା ସହିତ ବେକାରୀ ସମସ୍ୟା ଉତ୍କଟରୂପ ଧାରଣ କରିଛି।
ତାସହ କଂଗ୍ରେସ ଅଭିଯୋଗ କରିଛି ଯେ , ଦେଶରେ ଗଣତନ୍ତ୍ର ବିପନ୍ନ, ଧର୍ମ ନିରପେକ୍ଷତା ସଙ୍କଟରେ ଅଭିବ୍ୟକ୍ତିର ସ୍ୱାଧୀନତା ମଧ୍ୟ କ୍ଷୂର୍ଣ୍ଣ ହେଉଛି । ଏଥିପାଇଁ କଂଗ୍ରେସ କମିଟି ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ସମଗ୍ର ଦେଶକୁ ଯୋଡ଼ିବାପାଇଁ ଭାରତ ଯୋଡ଼ୋ ଯାତ୍ରା ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି।କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅନ୍ୟ ନେତୃବୃନ୍ଦଙ୍କ ସହ ପାଦରେ ଚାଲି ଚାଲି ୧୨ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ୩୫୭୧ କିଲୋମିଟରୁ ଅଧିକ ପଥ ଯାତ୍ରା କରିବେ। ଏହି ଯାତ୍ରା ୧୫୦ ଦିନ ଧରି ଚାଲିବ ବୋଲି କଂଗ୍ରେସ ମୁଖପାତ୍ର ଅଭିଜିତ ସୂଚନା ଦେଇଛନ୍ତି।
ରିପୋର୍ଟ ; ଦୀପା ପ୍ରଧାନ