ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ଶ୍ରୀ ମନ୍ଦିର ଖୋଲିବା ନେଇ ଗାଇଡଲାଇନ ଜାରି ହେବା ପରେ ଅନ୍ୟ ଧର୍ମାନୁଷ୍ଠାନ ଗୁଡିକ କେବେ ଖୋଲିବ ସେ ନେଇ ଚିନ୍ତାରେ ଥିଲେ ଶ୍ରଦ୍ଧାଳୁ । ତେବେ ଆଜି ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ବିଷୟରେ ସୂଚନା ଦେଇଛନ୍ତି । ବିଭିନ୍ନ ଜିଲ୍ଲାର ଧର୍ମପୀଠ ଗୁଡିକ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ସେ ଟୁଇଟ କରି ଆଉ ମଧ୍ୟ କହିଛନ୍ତି ଯେ ନିଜ ନିଜ ଅଂଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବାକୁ ଜିଲ୍ଲାପାଳ ମାନଙ୍କୁ ଆଗରୁ କ୍ଷମତା ଦିଆଯାଇଛି । ଧର୍ମାନୁଷ୍ଠାନ ଗୁଡିକର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା ପରେ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ନିର୍ଦ୍ଧାରିତ କରିବା ପରେ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇପାରିବେ । ତେବେ କୋଭିଡ ନିୟମକୁ କଡାକଡି ଭାବେ ପାଳ କରି ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୯ ମାସ ପରେ ଧର୍ମାନୁଷ୍ଠାନ ଗୁଡିକ ଖୋଲା ହେବାକୁ ଯାଉଥିବାରୁ ଭକ୍ତମାନେ ବେଶ୍ ଉତ୍ସାହିତ ଅଛନ୍ତି ।
State govt have earlier empowered Collectors to take local level decisions to open religious instns for public worship after discussing with stakeholders & putting SoPs in place. It is understood that the process in on for opening religious institutions in different districts.
— ChiefSecyOdisha (@SecyChief) December 14, 2020