ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ:ଆଜି ହେଉଛି ପବିତ୍ର ଗୁରୁ ଦିବସ । ଏହି ଦିବସରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଶିକ୍ଷକଙ୍କୁ ଗୁରୁଦିବସର ଅଭିନନ୍ଦନ ଜଣାଇଛନ୍ତି | ଏହା ସହ ଦେଶର ୪୬ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି । ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ଦେଶର ୪୬ ଜଣ ଶିକ୍ଷକ ପୁରସ୍କାର ପାଇଛନ୍ତି । ଏହି ୪୬ଜଣ ଶିକ୍ଷକଙ୍କ ତାଲିକାରେ ଓଡ଼ିଶାର ଜଣେ ଶିକ୍ଷକ ସ୍ଥାନ ପାଇଛନ୍ତି |ସେ ହେଉଛନ୍ତି ପୁରୀ ଜିଲ୍ଲାର ଶିକ୍ଷକ ଈଶ୍ବର ଚନ୍ଦ୍ର ନାୟକ ।ନିମାପଡା ସଗଡ଼ା ପଞ୍ଚାୟତର କନପୁରୁ ପ୍ରାଥମିକ ବିଦ୍ୟାଳୟରରେ ସେ ଶିକ୍ଷକତା କରୁଛନ୍ତି । ପୁରସ୍କାର ମିଳିବା ପରେ ନିମାପଡା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ତାଙ୍କ ଶିକ୍ଷାଦାନ ପାଇଁ ସେ ଆଜି ଦିଲ୍ଲୀରେ ପହଂଚି ପାରିଛନ୍ତି । ପୁରସ୍କାର ପ୍ରଦାନ ସମୟରେ ରାଷ୍ଟ୍ରପତି ନିଜର ମାନବିକତା ଦେଖାଇଥିଲେ ,ଆଶାବାଡ଼ି ଧରି ଉତ୍ତରାଖଣ୍ଡର ଜଣେ ଦିବ୍ୟାଙ୍ଗ ଶିକ୍ଷକ ପ୍ରଦୀପ ନେଗି ପୁରସ୍କାର ପାଇଁ ଯାଉଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତଳକୁ ଆସି ତାଙ୍କୁ ସମ୍ମାନିତ କଲେ ।
ରିପୋର୍ଟ ; ଦୀପା ପ୍ରଧାନ