ସନ୍ଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ଵର : ତିନି ଦିନ ତଳେ ନିଖୋଜ ହୋଇଥିବା ସାତ ବର୍ଷର ନାବାଳିକା ବିଷ୍ଣୁପ୍ରିୟାର ମୃତଦେହ ଆଜି ଏକ ପୋଖରୀ ହୁଡ଼ାରୁ ଜବତ ହୋଇଥିବାର ଖବର ମିଳିଛି। ସୂଚନାଯୋଗ୍ୟ, ତିନି ଦିନ ତଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଯମ୍ଭୀରାଇ ପଞ୍ଚାୟତ ସୁନ୍ଦରକୁଲି ଗ୍ରାମର ବଳରାମ ପାତ୍ରଙ୍କ ଝିଅ ବିଷ୍ନୁପ୍ରିୟା ଶୁକ୍ରବାର ସକାଳଠାରୁ ନିଖୋଜ ହୋଇଯାଇଥିଲା। ଘରଲୋକେ ବହୁ ଖୋଜାଖୋଜି କରିଥିଲେ ବି ବିଷ୍ଣୁପ୍ରିୟାକୁ ପାଇନଥିଲେ। ତେବେ ଏହି ହତ୍ୟାର ସତ୍ୟାସତ୍ୟ ସାମନାକୁ ଆସିଛି ।
ସମ୍ପର୍କୀୟ ମାମୁଁ ନିଜର ଅନୈତିକ ସମ୍ପର୍କକୁ ଲୁଚାଇବାକୁ ଯାଇ ହତ୍ୟା କରିଛନ୍ତି ଭାଣିଜୀ ବିଷ୍ଣୁପ୍ରିୟାକୁ । ପୋଲିସଙ୍କ ସୂଚନା ଅନୁଯାଇ, ଅଭିଯୁକ୍ତ ମାମୁ ଦିପକ ସାହୁ ନିଜ ଭାଉଜ ସହ ଅନୈତିକ ସମ୍ପର୍କ ରଖିବା ସମୟରେ ବିଷ୍ଣୁପ୍ରିୟା ଦେଖି ଦେଇଥିବା ଯୋଗୁଁ ନିଜ ଭାଣିଜୀର ଗଳା କାଟି ହତ୍ୟା କରିଲେ ମାମୁ। ଏଭଳି ନୃସଂଶ ଭାବେ ହତ୍ୟା କରିଥିବା, ଅଭିଯୁକ୍ତ ମାମୁ ଦୀପକ ସାହୁ ଏକଥା ସ୍ବୀକାର କରିଥିବା ଜଣାଯାଇଛି। ଏବଂ ସେ ଭାଉଜଙ୍କର ସହାୟତାରେ ଏହି କାଣ୍ଡ ଘଟାଇଥିବା କହିଛନ୍ତି।