ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ ; ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସିବିଆଇ ରେଡକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି । ମନୀଷ କହିଛନ୍ତି ପୁଣିଥରେ ସିବିଆଇ ମୋ ଘରକୁ ଆସିପାରେ ବୋଲି ମିଳିଛି ସୂଚନା ।ପୂର୍ବ ଥର ସିିବିଆଇ ଅଗଷ୍ଟ ୧୯ ରେ ମୋ ଘରେ ୧୪ ଘଣ୍ଟା ପର୍ଯ୍ୟନ୍ତ ଛାନବିନ କରିଲା କିନ୍ତୁ ବିନା ପ୍ରମାଣ ରେ ଖାଲି ହାତରେ ଫେରିଗଲା ସିବିଆଇ । ଏଥର ମନୀଷ ସିବିଆଇ କୁ କଟାକ୍ଷ କରି କହିଛନ୍ତି ଯେ, ସିବିଆଇ କୁ ମୋ ଘରକୁ ପୁଣି ସ୍ୱାଗତ, ଏଥର ଯାଞ୍ଚରେ ମୋ ପରିବାର ସିବିଆଇ କୁ ଖୁବ ସହାୟତା କାରିବେ । ସୂଚନା ଅନୁସାରେ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍ କୁ ନେଇ ଆମ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ଗତ କିଛି ଦିନ ହେବ ବାକ ଯୁଦ୍ଧ ଲାଗି ରହିଛି ।
ଋିପୋର୍ଟ – ସ୍ମୃତିରେଖା ପାଣିଗ୍ରାହୀ